ନୂଆଦିଲ୍ଲୀ : ପାକ୍କୁ ଲାଗିଛି ଆଉ ଏକ ବଡ଼ ଝଟକା । ୧୪ ମେ’ ରେ ବଲୁଚ୍ ଲେଖକ ଏବଂ ନେତା ମୀର ୟାର ବଲୁଚ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବଲୁଚିସ୍ତାନର ସ୍ୱାଧୀନତା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବଲୁଚିସ୍ତାନର ଜନସାଧାରଣ ସେମାନଙ୍କର ନିଷ୍ପତ୍ତି ନେଇ ସାରିଛନ୍ତି, ବଲୁଚିସ୍ତାନ ଆଉ ପାକିସ୍ତାନର ଅଂଶ ନୁହେଁ । ତାଙ୍କୁ ସହଯୋଗ କରିବା ପାଇଁ ସେ ଭାରତ ସମେତ ବିଭିନ୍ନ ଦେଶର ସହାୟତା ମାଗିଛନ୍ତି । ସେ ନୂଆଦିଲ୍ଲୀରେ ଏକ ବଲୁଚ୍ ଦୂତାବାସ ଖୋଲିବା ପାଇଁ ଭାରତଠାରୁ ଅନୁମତି ମାଗିଥିଲେ ଏବଂ ଜାତିସଂଘ ବଲୁଚିସ୍ତାନକୁ ଗଣତାନ୍ତ୍ରିକ ସ୍ୱତନ୍ତ୍ରରାଷ୍ଟ୍ରର ମାନ୍ୟତା ସହ ମୂଦ୍ରା,ପାସପୋର୍ଟ ଓ ଅନ୍ୟାନ୍ୟ ସଂଶାଧନ ଦେବାକୁ ଦାବି କରିଛନ୍ତି । ମିର ୟାର ବଲୁଚ ନିଜର ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରି ଭାରତକୁ ସପୋର୍ଟ ମଧ୍ୟ କରିଛନ୍ତି । ସେ ଲେଖିଛନ୍ତି, ବଲୁଚର ଜନସାଧାରଣ ଭାରତର ସପକ୍ଷରେ ଅଛନ୍ତି । ଚୀନ୍ ପାକିସ୍ତାନକୁ ସାହାଯ୍ୟ କରୁଛି କିନ୍ତୁ ବଲୁଚର ଲୋକମାନେ ଭାରତ ସରକାର ସହ ଅଛନ୍ତି । ମୋଦୀ ଜୀ ଆପଣ ଏକା ନୁହେଁ ବଲୁଚର ୬୦ ମିଲିୟନ ଦେଶପ୍ରେମୀ ଆପଣଙ୍କ ସହ ଅଛନ୍ତି ।
ପାକିସ୍ତାନକୁ ଆଉ ଏକ ବଡ ଝଟକା ; ବଲୁଚିସ୍ତାନ ଆଉ ପାକିସ୍ତାନର ଅଂଶ ନୁହେ, କହିଲେ ଆମେ ଭାରତର ସରକାର ଅଛୁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











