ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା ମଧ୍ୟରେ ଏଭଳି ଖବର ଆସିଛି। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ୧୯୭୧ମସିହାରେ ପ୍ରକାଶିତ ଖବରକାଗଜର ଏକ ପୁରୁଣା ଫଟୋ ସେୟାର କରି ଆମେରିକାକୁ ଆଇନା ଦେଖାଇଛି। ଏହି ଫଟୋ ସେୟାର କରି, ଭାରତୀୟ ସେନା ଟ୍ରମ୍ପଙ୍କୁ ତାଙ୍କ ଅସଲ ଚେହେରା ଦେଖାଇବାକୁ ଚେଷ୍ଟା କରିଛନ୍ତି। ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ୫ ଅଗଷ୍ଟ ୧୯୭୧ରେ ଛପାଯାଇଥିବା ଏକ ଖବରକାଗଜର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଲେଖାଯାଇଛି ଯେ, ୧୯୫୪ ରୁ ୧୯୭୧ ପର୍ୟ୍ୟନ୍ତ ଆମେରିକା ପାକିସ୍ତାନକୁ ଦୁଇ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।ଏହି ଫଟୋରେ ଥିବା ତଥ୍ୟ ଅନୁଯାୟୀ, ଆମେରିକା ୧୯୭୧ ଯୁଦ୍ଧର ପ୍ରସ୍ତୁତି ପାଇଁ ଦଶନ୍ଧି ଧରି ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲା। ଏହି ରିପୋର୍ଟରେ ଚୀନର ସାହାଯ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ଏବଂ କୁହାଯାଇଛି ଯେ, ଯୁଦ୍ଧ ପୂର୍ବରୁ ବେଜିଂ ମଧ୍ୟ ପାକିସ୍ତାନକୁ ସାହାଯ୍ୟ କରିଥିଲା। ସେହି ସମୟରେ, ରାଜ୍ୟସଭାରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବୃତିକୁ ଆଧାର କରି ଏହି ଲେଖା ପ୍ରକାଶିତ ହୋଇଥିଲା।
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











