ସୋର : ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡିଲେ ଛାତ୍ର । ବାହାନଗା ବ୍ଲକ ବରିପଦା ଗାଁରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାଲିଯାଇଛି ଜୀବନ । ହଠାତ ପେଟ କାଟିବାରୁ ଅସୁସ୍ଥ ହୋଇ ତଳେ ପଡିଗଲେ ଛାତ୍ର । ସୋର ମେଡିକାଲରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର ।
ସୂଚନା ଅନୁଯାୟୀ ଘରୁ ପରୀକ୍ଷା ଦେବାକୁ ବାହାରିବା ବେଳେ ହଠାତ ଛାତ୍ରଙ୍କ ପେଟ କାଟିବାରୁ ତଳେ ପଡ଼ି ଯାଇଥିଲେ ଛାତ୍ର । ଅସହ୍ୟ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକେ ଛାତ୍ରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଛାତ୍ରଜଣଙ୍କ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଆଖି ବୁଜିଦେଇଥିବା ସୂଚନା ।
Views: 17