ନୂଆଦିଲ୍ଲୀ : କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଲୀଲାବତିଙ୍କ ପରଲୋକ । ଗମ୍ଭୀର ଶ୍ୱାସ ଜନିତ ସମସ୍ୟାରେ ପୀଡ଼ିତ ଥିବା ଲୀଲାବତି କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି । ଲୀଲାବତି କନ୍ନଡ, ତାମିଲ ଏବଂ ତେଲୁଗୁ ସମତେ ୬୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ।
ଅଭିନେତ୍ରୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି ଲେଖିଛନ୍ତି, ‘କନ୍ନଡ଼ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଲୀଲାବତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଫିଲ୍ମରେ ତାଙ୍କର ନିକ୍ଷୁଣ ଅଭିନୟ ଏବଂ ଉଲ୍ଲେଖନୀୟ ପ୍ରତିଭା ସବୁବେଳେ ମନେ ରହିବ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । ଓମ୍ ଶାନ୍ତି ।’
Views: 120











