ଜାମ୍ମୁ : ଜାମ୍ମୁକାଶ୍ମୀର ନୈାଗାମ ଥାନାରେ ବଡ ବିସ୍ଫୋରଣ । ବିସ୍ଫୋରଣରେ ଉଡିଗଲା ଥାନା । ୭ ଜଣଙ୍କର ଗଲା ଜୀବନ । ୩୦ ରୁ ଅଧିକ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏହି ବିସ୍ଫୋରଣ ହୋଇଛି । ଫରିଦାବାଦରୁ ସିଜ ହୋଇଥିବା ବସ୍ଫୋରକ ଦ୍ରବ୍ୟ ବ୍ଲାଷ୍ଟ ହୋଇଥିବା ସୂଚନା ମିଳିଛି।
ସିଜ୍ ହୋଇଥିବା ୩୬୦ କେଜି ବିସ୍ଫୋରକରୁ ଏକ ବଡ଼ ଅଂଶ ପୋଲିସ ଷ୍ଟେସନ୍ ଭିତରେ ଥିଲା । ଏଥିରୁ କିଛି ଫରେନସିକ୍ ଲ୍ୟାବକୁ ପଠାଯାଇଥିଲା। କିନ୍ତୁ ବଡ଼ ଭାଗ ପୋଲିସ ଷ୍ଟେସନ ଭିତରେ ପଡ଼ିଥିଲା । ବିସ୍ଫୋଣ ପରେ ମୃତ ଦେହଗୁଡ଼ିକୁ ଶ୍ରୀନଗର ପୋଲିସ କଣ୍ଟ୍ରୋଲ ରୁମକୁ ନିଆଯାଇଛି । ଆହତ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ୩୦୦ ଫୁଟ ପର୍ୟ୍ୟନ୍ତ ଫିଙ୍ଗି ହୋଇ ପଡ଼ିଥିଲା । ଆହତ ମାନଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିକଟରେ ଥିବା ବହୁ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଫାୟାର ବ୍ରିଗେଡ୍ ଓ ପାରାମିଲିଟାରୀ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
Views: 50











