ନୂଆଦିଲ୍ଲୀ : ପିଓକେ ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ସମାଲୋଚନା କଲେ ଶାହା । ନେହେରୁଙ୍କ ତ୍ରୁଟି ପାଇଁ ପିଓକେ ସୃଷ୍ଟି ହୋଇଛି । ନେହେରୁଙ୍କ ଏକପାଖିଆ ଯୁଦ୍ଧ ବିରତି ଘୋଷଣା ଯୋଗୁଁ ପିଓକେର ସୃଷ୍ଟି । ସେତେବେଳେ ତତକାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ । ଆଉ ୧୯୭୧ରେ ସିମଳା ରାଜିନାମା ବେଳେ କଂଗ୍ରେସ ପିଓକେ କଥା ଭୁଲିଗଲା । ଯଦି ସେତେବେଳେ ପିଓକେକୁ ଆଣି ପାରିଥାନ୍ତା । ଆଜି ଆଟାକ ଦରକାର ପଡି ନ ଥାନ୍ତା । ଦେଶ ବିଭାଜନ ପ୍ରସ୍ତାବକୁ କଂଗ୍ରେସ ସ୍ୱୀକାର କରିବା କଂଗ୍ରେସର ବଡ ଭୁଲ ଥିଲା ।
ଅପରେସନ ସିନ୍ଦୂର ବିତର୍କରେ କଂଗ୍ରେସକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଟାର୍ଗେଟ । ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ । ନିପାତ ୩ ଆତଙ୍କବାଦୀ ପାକିସ୍ତାନର ବୋଲି ଚିଦାମ୍ବରମ ପ୍ରମାଣ ମାଗିଛନ୍ତି । ପାକିସ୍ତାନ ଉପରେ କାହିଁକି ଆକ୍ରମଣ ବୋଲି ଚିଦାମ୍ବରମ ପଚାରିଥିବା କହିଲେ । ଏଥିରୁ ଜଣାପଡୁଛି ଚିଦାମ୍ବରମ ପାକିସ୍ତାନକୁ କ୍ଲିନଚିଟ ଦେବାକୁ ଚାହୁଁଛନ୍ତି । ସିନ୍ଧୁଜଳ ଚୁକ୍ତି ବାତିଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ କଲେ । ସିନ୍ଧୁ ଜଳ ଚୁକ୍ତିରେ ପାକିସ୍ତାନକୁ ୮୦ ପ୍ରତିଶତ ଜଳ ପ୍ରଦାନ ଥଲା କଂଗ୍ରେସର ନିଷ୍ପତ୍ତି ।
ନେହେରୁଙ୍କ ପାଇଁ POK , ଚିଦାମ୍ବରମ ପାକିସ୍ତାନକୁ କ୍ଲିନଚିଟ ଚାହୁଁଛନ୍ତି : ଶାହ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତର ୬ଟି କମ୍ପାନୀକୁ ବ୍ୟାନ କଲା ଆମେରିକା
ନୂଆଦିଲ୍ଲୀ : ଭାରତକୁ ଆଉ ଏକ ଝଟକା । ଆମେରିକାର ବ୍ୟାନ ଭାରତ ଉପରେ ପକାଇଛି ମହଙ୍ଗା । ୬ଟି ଭାରତୀୟ ପେଟ୍ରୋଲିୟମ୍ କମ୍ପାନି ଉପରେ ପ୍ରତିବନ୍ଧକ...
ନୈାସେନାର ଏଫ-୩୫ ଫାଇଟର ଜେଟ ଦୁର୍ଘଟଣାଗ୍ରସ୍ତ
ଆମେରିକା : ଆମେରିକାରେ ନୌସେନାର ଏଫ-୩୫ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରୀୟ କାଲିଫର୍ଣ୍ଣିଆର ନାଭାଲ ଏୟାର ଷ୍ଟେସନ ଲିମୋର ନିକଟରେ ଏହି ଦୁର୍ଘଟଣା ହୋଇଛି ।...
ଆମେରିକାର ଟାରଫ ବୃଦ୍ଧି : ଭାରତ ପାଇଁ ଝଟକା
ନୂଆଦିଲ୍ଲୀ : ଆମେରିକାର ଟାରିଫ ବୃଦ୍ଧି । ଭାରତ ପାଇଁ ପଡିଛି ମହଙ୍ଗା । ୨୫ ପ୍ରତିଶତ ଟାରିଫ କଷିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।...
ଜୟପୁରରୁ ସୁଭଦ୍ରା ୩ୟ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୯ ତାରିଖରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଅର୍ଥ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । କୋଟିଏରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଅର୍ଥ ।...