ମୁମ୍ବାଇ : ଆଗାମୀ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ଜାରି କଲେ ରଶ୍ମିକା ମନ୍ଦାନା । ଛାବାର ଦମଦାର ସଫଳତା ପରେ ରଶ୍ମିକା ମନ୍ଦାନା ଏହି ସମୟରେ ଧନୁଷଙ୍କର କୁବେର ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତେବେ ଅଭିନେତ୍ରୀଙ୍କର ଆଗାମୀ ଫିଲ୍ମର ପୋଷ୍ଟର ଜାରି କରି ଦିଆଯାଇଛି । ଏଥିରେ ଅଭିନେତ୍ରୀ ବହୁତ ଭୟଙ୍କର ରୂପରେ ନଜର ଆସିଛନ୍ତି । ଯାହାକୁ ନେଇ ଫିଲ୍ମ ଠାରୁ ଆରମ୍ଭ କରି ଫାନ୍ସଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ ଫିଲ୍ମ ନିର୍ମାତାମାନେ ପୋଷ୍ଟର ଜାରି କରିବା ସମୟରେ ଫିଲ୍ମର ଟାଇଟଲକୁ ମଧ୍ୟ ଘୋଷଣା କରିଦେଇଥିଲେ । ତେବେ ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଇନଷ୍ଟାଗ୍ରାମରେ ଆସୁଥିବା ଆଗାମୀ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟଟିରେ ଅଭିନେତ୍ରୀଙ୍କ ପ୍ରଥମ ଲୁକ ସାମନାକୁ ଆସିଛି । ସେ ହାତରେ ଏକ ହତିଆର ଧରିଛନ୍ତି । ଏହା ସହ ଅଭିନେତ୍ରୀଙ୍କ ମୁହଁ ରକ୍ତରେ ଜୁଡୁବୁଡୁ ହୋଇଯାଇଛି । ଅଭିନେତ୍ରୀଙ୍କ ଆଖିରେ କ୍ରୋଧର ଜ୍ବାଳା ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟର କୁ ଅଭିନେତ୍ରୀ ନିଜ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ସହ ଏକ କ୍ୟାପ୍ସନ ଲେଖିଛନ୍ତି । ଏହି ପୋଷ୍ଟର ରିଲିଜ ହେବା ସହିତ ଫିଲ୍ମ ନିର୍ମାତାମାନେ ଟାଇଟଲ ମଧ୍ୟ ଘୋଷଣା କରିଦେଇଥିଲେ । ରଶ୍ମିକା ମନ୍ଦାନଙ୍କ ଏହି ଆଗାମୀ ଫିଲ୍ମ ର ନାମ ମାଇଁସା । ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ରବିନ୍ଦ୍ର ପୁଲେ ।
ନୂଆ ଲୁକରେ ରଶ୍ମିକା , “ମାଇଁସା”ରେ ନଜର ଆସିବେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











