ଅଭିନେତାରୁ ରାଜନୀତି । ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନକୁ କିଣି ନେବା ପରେ ଏବେ ସେବା କରିବାକୁ ଆଗକୁ ଆସିଛନ୍ତି ଅଭିନେତା ବିଜୟ । ହଁ ଦର୍ଶକ ବନ୍ଧୁ ତାମିଲ ହିରୋ ଜୋଶେଫ ବିଜୟ ଚନ୍ଦ୍ରଶେଖର । ସମସ୍ତେ ତାଙ୍କୁ ଥାଲାପତି ଭାବିରେ ଜାଣନ୍ତି । ତେବେ ଖୁବ ଶୀଘ୍ର ସେ ନିଜର ରାଜନୈତିକ ପାର୍ଟି ଗଢିବେ । ଏବେ ସେ ନିଜର ରାଜନୈତିକ ପାର୍ଟି ପଞ୍ଜିକରଣ ପକ୍ରିୟା ଆରମ୍ଭ କରିଦେଇଛନ୍ତି । ଗୋଟିଏ ମାସ ମଧ୍ୟରେ ତାଙ୍କ ରାଜନୈତିକ ଦଳର ପଞ୍ଜିକରଣ ହୋଇଯିବ ବୋଲି କୁହାଯାଉଛି ।
ମେଗା ଷ୍ଟାର ବିଜୟ ତାମିଲନାଡୁ ଓ କେରଳରେ ଅନେକଗୁଡିଏ ଜନ କଲ୍ୟାଣ କାର୍ୟ୍ୟକ୍ରମ ଜାରି ରଖିଛନ୍ତି । ସେ ୨୦୧୮ ମସିହାରେ ଥୁଥୁକୁଡି ପୋଲିସ ଦ୍ୱାରା କରାଯାଇଥିବା ଗୁଳିମାଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରି ସ୍ଥାନୀୟ ମୁନିସପାଲିଟି ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ।କେବଳ ସେତିକି ନୁହେଁ ଗତମାସ ବନ୍ୟା ପ୍ରପିଡୀତ ଲୋକଙ୍କ ପାଖରେ ପହଂଚି ସେମାନଙ୍କୁ ରିଲିଫ୍ ଯୋଗାଇଥିଲେ । ତାମିଲନାଡୁର ବିରୋଧୀଦଳ ନେତାମାନେ ଆଶା କରିଥିଲେ କି ବିଜୟ ଖୁବଶୀଘ୍ର ରାଜନୀତିରେ ପ୍ରବେଶ କରିବେ । ହେଲେ ବିଜୟଙ୍କ ସମର୍ଥକମାନଙ୍କ ଦାବିକୁ ସମ୍ମାନ ଦେଇ ବିଜୟ ଏବେ ନୂଆ ଦଳ ଗଢିବାକୁ ଯାଉଛନ୍ତି । ରାଜନୈତିକ ଦଳ ପଞ୍ଜିକରଣ ହେବା ପୂର୍ବରୁ ଗୁରୁବାର ଦିନ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜୟଙ୍କ ପାର୍ଟି ପଞ୍ଜିକରଣ ଓ ପାର୍ଟିର ଅଧ୍ୟକ୍ଷ ଭାବେ ବିଜୟଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି । ଆଗାମୀ ୧ ମାସ ମଧ୍ୟରେ ପାର୍ଟିର ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି ।
ନୂଆ ଦଳ ଗଢିବେ ବିଜୟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...