The Ultimate Managed Hosting Platform
ADVERTISEMENT

ନୂଆଦିଲ୍ଲୀରେ ସରିଲା ସର୍ବଦଳୀୟ ବୈଠକ; ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଉପରେ ଗୁରୁତ୍ୱ

Facebook
Twitter
LinkedIn

ନୂଆଦିଲ୍ଲୀ;ନୂଆଦିଲ୍ଲୀରେ ବସିଥିବା ସର୍ବଦଳୀୟ ବୈଠକ ସରିଛି । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ରାଜଧାନୀ ଦିଲ୍ଲୀରେ ବଡ଼ ହଲଚଲ। ସଂସଦ ଭବନ ପରିସରରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ ସାମିଲ ହୋଇଥିବା ସବୁ ଦଳର ନେତାଙ୍କୁ ବାଂଲାଦେଶ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର।ବାଂଲାଦେଶରୁ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହାସହ ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କର କହିଛନ୍ତି, ଶେଖ ହସିନାଙ୍କୁ ନେଇ କୌଣସି ନିଷ୍ପତି ହୋଇନାହିଁ। ଏହି ବୈଠକରେ ଇଣ୍ଡି ମେଣ୍ଟର ନେତାଙ୍କ ସମେତ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଥିଲେ। ବାଂଲାଦେଶରେ ଥିବା ୮ହଜାର ଛାତ୍ରଛାତ୍ରୀ ଭାରତ ଫେରିଥିବା ବେଳେ ଅନ୍ୟ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login