The Ultimate Managed Hosting Platform
ADVERTISEMENT

ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମରେ ପହଁଚିଲା ଇଭିଏମ

Facebook
Twitter
LinkedIn

ଭୁବନେଶ୍ୱର : ଆଗକୁ ନିର୍ବାଚନ ଥିବାରୁ ଏବେଠୁ ସମସ୍ତ ପ୍ରସ୍ତୁତି ଚାଲିଛି । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଛି ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆସିଛି ଇଭିଏମ। ଭୁବନେଶ୍ୱର ଲୋକସଭା କ୍ଷେତ୍ରର ୫ଟି ନିର୍ବାଚନ ମଣ୍ଡଳୀ ତଥା ଜଟଣୀ, ଉତ୍ତର, ମଧ୍ୟ, ଏକାମ୍ର ଓ ଜୟଦେବ ନିର୍ବାଚନ ଲାଗି ଇଭିଏମ ଆସି ପହଞ୍ଚିଛି । ପାଞ୍ଚଟି ଫ୍ଲୋରରେ ଗୋଟିଏ ବିଧାନସଭା ଓ ନିର୍ବାଚନ ମଣ୍ଡଳୀର ଉଭୟ ଲୋକସଭା ଓ ବିଧାନସଭା ଲାଗି ଇଭିଏମ ରହିବା ବ୍ୟବସ୍ଥା ହୋଇଛି । ମୋଟ ୨୩୩୨ଟି ଇଭିଏମ ଆସିଛି। ଏହା ବାଦ ୨୫ ପ୍ରତିଶତ ଇଭିଏମ ସଂରକ୍ଷିତ ରହିବ । ଧଳା ରଙ୍ଗ ଗେଟ ଚିହ୍ନ ଥିବା ରୁମ ଗୁଡିକରେ ଲୋକସଭା କ୍ଷେତ୍ର ଲାଗି ଇଭିଏମ ରହିବ ଓ ଗୋଲାପୀ ରଙ୍ଗ ଗେଟ ରୁମରେ ବିଧାନସଭା କ୍ଷେତ୍ର ଲାଗି ଇଭିଏମ ରହିବ। ସିସିଟିଭି ବଳୟରେ ଷ୍ଟ୍ରଙ୍ଗ ରୁମ ରହିଛି । ଏ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login