ଦଶପଲ୍ଲା : ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ । ଜଣେ ମୃତ ଓ ୫ ଗୁରୁତର । ଟାକେରା ନିକଟରେ ଛିଡା ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ । ଦାରିଙ୍ଗବାଡିରୁ ପିକନିକ ସାରି ଆଠଗଡ ଫେରିବା ବେଳେ ଦୁର୍ଘଟଣା । ୫ ଗୁରୁତରଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର । ସୂଚନା ଅନୁସାରେ ଦାରିଙ୍ଗିବାଡିରୁ ପିକନିକ୍ ସାରି ଏକ ଭ୍ୟାନରେ ଅଠଗଡ଼ ନିଜ ଘରକୁ ଫେରୁଥିଲେ। ଟାକେରା ଛକ ନିକଟରେ ଏକ ଟ୍ରଲର ରାସ୍ତାଗଡ଼ରେ ଠିଆ ହୋଇଥିଲା। ଆଜି ରାତି ୩ ଟା ସମୟରେ ଭ୍ୟାନ୍ଟି ଭାରସାମ୍ୟ ହରାଇ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଏଥିରେ ଜଣେ ମୃତ ଓ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଗାଡ଼ି ମଝିରେ ରହିଥିବା ଯୁବକଙ୍କୁ କଟର ସହାଯ୍ୟରେ କଟା ଯାଇ ବାହାର କରାଯାଇଥିଲା। ଉକ୍ତ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
Views: 54