ବାଲେଶ୍ୱର : ରେଳ ଦୁର୍ଘଟଣାସ୍ଥଳକୁ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସନ୍ଧ୍ୟାରେ ଦୁର୍ଘଟଣାସ୍ଥଳକୁ ଆସିବେ ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳ ବାହାନଗାକୁ ଯାଇ ଅନୁଧ୍ୟାନ କରିବେ । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବେ । କଟକ ଏସସିବିରେ ଆହତ ରେଳ ଯାତ୍ରୀଙ୍କୁ ଭେଟିବେ । ଏହା ପୂର୍ବରୁ ଦୁର୍ଘଟଣାର ସ୍ଥିତି ଜାଣିବାକୁ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ ମୋଦୀ । ଏହା ପରେ ଓଡିଶା ଆସିବାର ଘୋଷଣା କରିଛନ୍ତି ।
ବାହାନଗା ଦୁର୍ଘଟଣାରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୨୩୮ ଟପିଲାଣି । ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଉଦ୍ଧାର କାର୍ୟ୍ୟରେ ସମସ୍ୟା ହେଉଛି । ତଥାପି ଉଦ୍ଧାର କାର୍ୟ୍ୟ ପାଇଁ ଆହୁରି ୩ ଘଣ୍ଟା ସମୟ ଲାଗିବ । ଆହତଙ୍କ ସଂଖ୍ୟା ଆଉ ବୃଦ୍ଧି ପାଉନାହିଁ କିନ୍ତୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବପ୍ରଦୀପ ଜେନା ।
Views: 108











