ନୂଆଦିଲ୍ଲୀ : ଦୀଘା ଜଗନ୍ନାଥ ଧାମ ନାଁ ବିବାଦ । ମୁହଁ ଖୋଲିଲେ ମମତା ବାନାର୍ଜୀ । ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରି ବର୍ଷିଲେ । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ଧାମକୁ ଆମେ ସମ୍ମାନ କରୁ । ସାରା ଦେଶରେ କାଳି ମନ୍ଦିର ଓ ଗୁରୁଦ୍ୱାର ରହିଛି । ଦେଶରେ ସବୁ ସ୍ଥାନରେ ସମସ୍ତ ପ୍ରକାର ମନ୍ଦିର ରହିଛି । ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି । ବିଜେପି କିଛି କଲେ ଆମେ ପ୍ରଶ୍ନ କରୁନା, ତାହେଲେ ଏତେ ରାଗ କାହିଁକି । ମାତ୍ର ଦୀଘା ଜଗନ୍ନାଥ ଧାମ ନାମକରଣ ବିବାଦ ନେଇ କିଛି କହିଲେନି । ମହାପ୍ରଭୁଙ୍କ ଦାରୁ ନେଇ ଦୀଘା ମନ୍ଦିର ପାଇଁ ପ୍ରତିମା ନିର୍ମାଣ କରିବା ବରିଷ୍ଠ ଦଇତାପତି ରାମକୃଷ୍ଣ ମହାପାତ୍ରଙ୍କୁ ମହଙ୍ଗା ପଡିଛି । ଏକ ବଙ୍ଗାଳି ଟିଭି ଚ୍ୟାନେଲକୁ ନିଜେ ଦାରୁ ନେଇ ପ୍ରତିମା ନିର୍ମାଣ କରିଥିବା କହିଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଅନ୍ୟପଟେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଏହି ପ୍ରସଙ୍ଗ ଜଡ଼ିତ ଥିବାରୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସରକାର ।
Views: 54











