ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଶାନ୍ତ ବିହାରର ଥିବା ପିଭିଆର ମଲ୍ଟିପ୍ଲେକ୍ସ ନିକଟରେ ଥିବା ଏକ ଲୋକପ୍ରିୟ ମିଠା ଦୋକାନରେ ବଡ଼ ଧରଣର ବିସ୍ଫୋରଣ ଘଟିଥିବା ପୁଲିସ୍ ସୂଚନା ଦେଇଛି। ବିସ୍ଫୋରଣ ସ୍ଥଳୀରୁ ଧଳା ପାଉଡର ପରି କିଛି ପଦାର୍ଥ ମିଳିଛି। ସଂପୃକ୍ତ ଅଞ୍ଚଳରେ ଥିବା ପ୍ରସିଦ୍ଧ ମିଠା ଦୋକାନ ବାନସି ୱାଲା ନିକଟସ୍ଥ ଏକ ପାର୍କର ସୀମାସ୍ଥ କାନ୍ଥ ନିକଟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବିସ୍ଫୋରଣର କାରଣ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ସକାଳ ୧୧.୪୮ ସମୟରେ ବିସ୍ଫୋରଣ ସମ୍ପର୍କରେ ଏକ କଲ ଆସିଥିଲା। କଲ୍ ପାଇବା ପରେ ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି। ବିସ୍ଫୋରଣକୁ ନେଇ ତଦନ୍ତ କିରିବା ପୁଲିସ୍ ଆରମ୍ଭ କରିଦେଇଛି। ଏହି ବିସ୍ଫୋରଣ କିଏ, କେଉଁ କାରଣରୁ କରିଛି ତାହା ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି।
ଦିଲ୍ଲୀ ପିଭିଆର ସ୍ଥିତ ମିଠା ଦୋକାନରେ ବିସ୍ଫୋରଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...