The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ବିଜେପିର ବଡ ନର୍ବାଚନୀ ପ୍ରତିଶ୍ରୁତି, ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଏବଂ ଗର୍ଭବତୀଙ୍କୁ ୨୧୦୦୦ ଟଙ୍କା ମିଳିବ…

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେପିର ବଡ ନର୍ବାଚନୀ ପ୍ରତିଶ୍ରୁତି । ମହିଳାଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା । ଏଲପିଜି ସିଲିଣ୍ଡର ଉପରେ ଦିଆଯିବ ୫୦୦ ଟଙ୍କା ସବସିଡି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ରର ପ୍ରଥମ ଭାଗ ଜାରି କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି କହିଛନ୍ତି, ଦଳ ୨୦୧୪ରେ ୫୦୦ ପ୍ରତିଶ୍ରୁତି ଦେଇଥିଲା, ଯେଉଁଥିରୁ ୪୯୯ ପ୍ରତିଶ୍ରୁତି ପୂରଣ କରାଯାଇଛି ।ସଂକଳ୍ପ ପତ୍ରର ଭାଗ-୧ରେ ବିଜେପି ଅନେକ ବଡ଼ ପ୍ରତିଶ୍ରୁତି ଦେଇଛି । ସେଥି ମଧ୍ୟରେ ଏଲପିଜି ସିଲିଣ୍ଡର ଉପରେ ୫୦୦ ଟଙ୍କା ସବସିଡି ଦିଆଯିବ । ମହିଳା ସମୃଦ୍ଧି ଅଧୀନରେ ମହିଳାମାନଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ । ଗର୍ଭବତୀ ମହିଳାଙ୍କୁ ୨୧୦୦୦ ଟଙ୍କା ଏବଂ ନ୍ୟୁଟ୍ରିସନାଲ୍ ପ୍ୟାକ୍ ମିଳିବ । ହୋଲି ଓ ଦୀପାବଳିରେ ଗୋଟିଏ ଲେଖାଏ ସିଲିଣ୍ଡର ମାଗଣାରେ ପ୍ରଦାନ କରାଯିବ । ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । ଆୟୁଷ୍ମାନ ଭାରତ ଯୋଜନାକୁ ଦିଲ୍ଲୀରେ ବି ଲାଗୁ କରାଯିବ । ଅଟଳ କ୍ୟାଣ୍ଟିନ୍ ଯୋଜନା ଲଞ୍ଚ୍ ହେବ ଏବଂ ବରିଷ୍ଠ ନାଗରିକମାନଙ୍କୁ ୩୦୦୦ ଟଙ୍କା ପର୍ୟ୍ୟନ୍ତ ପେନସନ ରାଶି ଦିଆଯିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login