ନୂଆଦିଲ୍ଲୀ : ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି “ଦେବୀ” ଯୋଜନା । ଦିଲ୍ଲୀ ସରକାରଙ୍କ ‘DEVI’ (ଦିଲ୍ଲୀ ଇଲେକ୍ଟ୍ରିକ୍ ଭେଇକିଲ୍ ଇଣ୍ଟରକନେକ୍ଟର) ଯୋଜନା ଅଧୀନରେ ଆଜି ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଆଜିଠାରୁ ୪୦୦ଟି ଇଲେକ୍ଟ୍ରିକ୍ ବସ୍ ରାସ୍ତାରେ ଗଡିବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ପରିବହନ ମନ୍ତ୍ରୀ ପଙ୍କଜ ସିଂହ ଦିଲ୍ଲୀର କୁଶକ ସେବା ନଗରରେ ଅବସ୍ଥିତ କୁଶକ ନାଲା ଡିଟିସି ବସ୍ ଡିପୋରୁ ଏହି ବସ୍ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଦିଲ୍ଲୀର ରାସ୍ତାରେ ଆରମ୍ଭ ହେବାକୁ ଥିବା ‘ଦେବୀ’ ବସ୍ ୯ ମିଟର ଲମ୍ବା ହେବ ଏବଂ ୧୨ କିଲୋମିଟର ପର୍ୟ୍ୟନ୍ତ ଛୋଟ ରୁଟରେ ଚାଲିବ । ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଂକୀର୍ଣ୍ଣ ରାସ୍ତାଗୁଡ଼ିକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରିବା ।
Views: 44