The Ultimate Managed Hosting Platform
ADVERTISEMENT

ଦଳକୁ ଯୁବପିଢି ହିଁ ଆଗେଇ ନେବେ : ଦେବାଶିଷ ସାମନ୍ତରାୟ

Facebook
Twitter
LinkedIn

ଭୁବନେଶ୍ୱର : ଦଳକୁ ଯୁବପିଢି ହିଁ ଆଗେଇ ନେବେ କହିଲେ ଦେବାଶିଷ ସାମନ୍ତରାୟ । ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଦେବାଶିଷଙ୍କ ପ୍ରତିକ୍ରିୟା । ଦଳକୁ ଏହି ଯୁବପିଢି ମାନେ ହିଁ ଆଗେଇ ନେବେ । ଏହି ମାନଙ୍କ ଉପରେ ଦଳ ନିର୍ଭର କରିବା କଥା । ଏହି ପିଢି ଦଳକୁ ଟେକ ଏଭର କଲେ ବିଜେଡି ଆଗକୁ ଆଗେଇବ । ନବୀନଙ୍କ ସ୍ୱପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ । କାଲି ଦଳକୁ ଆସି ସର୍ବେସର୍ବା ହୋଇଯିବ ବୋଲି ଭାବିବା ଠିକ ନୁହେଁ । ଯୁବକ ମାନେ ଆଗେଇ ଆସିବା କଥା , ଦାୟିତ୍ୱ ନେବା କଥା । ଆଗାମୀ ପିଢି ସାମ୍ନାକୁ ଆସିବ , କେହି ଅଟକାଇ ପାରିବେନି । ନେତାଜୀ ଜୟନ୍ତୀ ଅବସରରେ ଛାତ୍ର ଯୁବ ବିଜେଡି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ ଓ ପରେ ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ରାଜାବଗିଚାସ୍ଥିତ ଘରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମେଳି ଘଟଣା ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି କାର୍ୟ୍ୟକ୍ରମରେ ସହର ବାହାରର ବହୁ ନେତା ସାମିଲ ହୋଇଥିବା ବେଳେ ମେୟର ସୁବାସ ସିଂହ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ଭଳି ଅନେକ ଆଗଧାଡ଼ିର ନେତାଙ୍କୁ ଦେଖିବାକୁ ନ ମିଳିବା ଚର୍ଚ୍ଚାର କାରଣ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login