ନୂଆଦିଲ୍ଲୀ: ଦମନକୁ ମିଳିବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି। ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଛି।ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ୟ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଜେପି ୱାର୍ଲଡ୍ ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍। ଦୀପେନ୍ଦ୍ର ସାମଲ ଫିଲ୍ମର ପ୍ରଯୋଜକ। ଏଥିରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।
ଦମନକୁ ମିଳିବ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

Facebook
Twitter
LinkedIn
Facebook
Twitter
LinkedIn
Recent News
ଭିଜିଲାନ୍ସ ଜାଲରେ ସମବାୟ ସିମିତି ସମ୍ପାଦକ
ଆଳି : ଲାଞ୍ଚ ନେବା ବେଳେ ଧରା ପଡିଲେ ସମବାୟ ସମିତି ସଂପାଦକ । ଭିଜିଲାନ୍ସ ଜାଲରେ ମହୁ ପ୍ରାଥମିକ କୃଷି ସମବାୟ ସମିତି ସଂପାଦକ ।...
ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ
ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ । ସମ୍ବଲପୁର...
ମୁମ୍ବାଇରେ ପ୍ରବଳ ବର୍ଷା , ଟ୍ରେନ-ବିମାନ ବାଧାପ୍ରାପ୍ତ
ମୁମ୍ବାଇ : ବର୍ଷାରେ ବେହାଲ୍ ହେଲାଣି ମୁମ୍ବାଇ। କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାହା ଘରେ ପାଣି ପଶିଲାଣି...
ନିଟ ପିଜି ପରୀକ୍ଷାରେ ଅଲ ଇଣ୍ଡିଆ ଟପ୍ପର ହେଲେ ଓଡିଆ ପୁଅ
କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା...