ନୂଆଦିଲ୍ଲୀ : ଯାତ୍ରୀଙ୍କ ପାଇଁ ନୂଆ ନିୟମ । ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳ । ଭାରତୀୟ ରେଲୱେ ଏବେ ଏୟାରଲାଇନ୍ସ କମ୍ପାନୀ ଭଳି ଲଗେଜ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ଅନୁସାରେ, ଟ୍ରେନରେ ମନଇଚ୍ଛା ଲଗେଜ ନେଇପାରିବେନି ଯାତ୍ରୀ । କଡ଼ା ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହୋଇଛି ଭାରତୀୟ ରେଳୱେ । ବ୍ୟାଗର ଓଜନ ଅଧିକ ହେଲେ ମଧ୍ୟ ଦେବାକୁ ପଡିବ ଜୋରିମାନା । ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପରି ହେବ ଟ୍ରେନରେ ମଧ୍ୟ ସମାନ ନିୟମ ଲାଗୁ ହେବ । ଏବେ ଯାତ୍ରୀମାନେ କେବଳ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଟ୍ରେନରେ ଯାତ୍ରା କରିବା ସମୟରେ ଲଗେଜ ବହନ କରିପାରିବେ । ଦେଶର କିଛି ପ୍ରମୁଖ ରେଳ ଷ୍ଟେସନରେ ଲଗେଜ ଓଜନ ଉପରେ ଉଲ୍ଲେଖ ସୀମା କଡ଼ାକଡ଼ି ଲାଗୁ କରାଯିବ । ବିମାନ କମ୍ପାନୀଗୁଡ଼ିକ ପରି ଟ୍ରେନ୍ ଯାତ୍ରା ପାଇଁ ଏହି ନିୟମଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ୟ୍ୟକାରୀ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଉଛି । ପ୍ରଥମ ଶ୍ରେଣୀ ଏସି କୋଚରେ ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ୭୦ କେଜି ପର୍ୟ୍ୟନ୍ତ ଲଗେଜ ନେବାକୁ ଅନୁମତି ଦିଆଯିବ । ଏସି ଦ୍ୱିତୀୟ ଶ୍ରେଣୀ ଯାତ୍ରୀଙ୍କ ପାଇଁ ୫୦ କେଜି ଏବଂ ତୃତୀୟ ଏସି ଏବଂ ସ୍ଲିପର ଶ୍ରେଣୀ ଯାତ୍ରୀଙ୍କ ପାଇଁ ସୀମା ୪୦ କେଜି ଓଜନର ଜିନିଷ ନେଇପାରିବେ । ସେହିପରି ସାଧାରଣ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନେ ସାଙ୍ଗରେ ୩୫ କେଜି ଲଗେଜ ନେଇପାରିବେ । ବର୍ତ୍ତମାନ ପାଇଁ ନର୍ଥ ରେଲୱେ ଏବଂ ନର୍ଥ ସେଣ୍ଟ୍ରାଲ ରେଲୱେ ଲକ୍ଷ୍ନୌ ଏବଂ ପ୍ରୟାଗରାଜ ଡିଭିଜନର ପ୍ରମୁଖ ଷ୍ଟେସନଗୁଡ଼ିକରୁ ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ।
ଟ୍ରେନରେ ଲିମିଟରୁ ଅଧିକ ଲଗେଜ ନେଲେ ପଡିବ ଜରିମାନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











