The Ultimate Managed Hosting Platform
ADVERTISEMENT

ତାତିରେ ସିଝିବ ଓଡିଶା

Facebook
Twitter
LinkedIn

ଭୁବନେଶ୍ୱର : ଆକାଶରୁ ଖସୁଛି ଅଗ୍ନି ବର୍ଷା । ଅସମ୍ଭାଳ ହେଲାଣି ଚୈତ୍ର ତାତି । ବର୍ଷା ଛାଡିବା ପରଠୁ ହଠାତ୍ ରାଜ୍ୟକୁ କଲବଲ କରୁଛି ତାତି । ଆଉ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଡେଇଁଛି ୪୦ ଡିଗ୍ରୀ । ଆସନ୍ତାକାଲିଠୁ ଆହୁରି ଓଡ଼ିଶା ଜଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲିଠୁ ତିନି ଦିନ ପାଇଁ ହିଟ୍ଓ୍ଵଭ୍ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ପାରଦ ୩ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ । ବିଭିନ୍ନ ଜିଲ୍ଲାରେ ପାରଦ ୪୨ ଡିଗ୍ରୀ ପାର କରିବ । ୪୪ ବି ଛୁଇଁପାରେ । ତତଲା କଡ଼େଇରେ ଭାଜିହେବ ଝାରସୁଗୁଡ଼ା ଜିଲ୍ଲା ।ଆସନ୍ତାକାଲି ଝାରସୁଗୁଡ଼ାରେ ତାପମାତ୍ରା ୪୩ ଡିଗ୍ରୀ ରହିପାରେ । ୧୪ ଓ ୧୫ରେ ଝାରସୁଗୁଡ଼ାରେ ୪୪ ଡିଗ୍ରୀ ସେଲସିୟସ୍ ଛୁଇଁଯିବ ତାତି । ସେହିପରି କାଲି ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ରହିପାରେ । ୧୪ରେ ଏସବୁ ସ୍ଥାନରେ ତାତି ଛୁଇଁପାରେ ୪୩ ଡିଗ୍ରୀ ସେଲସିୟସ୍ । ୧୫ ତାରିଖରେ ପଶ୍ଚିମ ଓଡ଼ିଶାରେ ଅଧିକ ରହିବ ଗ୍ରୀଷ୍ମ ଲହରର ପ୍ରଭାବ । ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୪ ଡିଗ୍ରୀକୁ ବଢ଼ିପାରେ । ଟିଟିଲାଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗିର, ରାଉରକେଲା ଓ ବାରିପଦାରେ ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଏହି ତିନି ଦିନରେ କିଛି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ବି ଛୁଇଁଯିବ । ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ସମେତ ୯ଟି ସହରରେ ପାରଦ ଛୁଇଁଥିଲା ୪୦ ଡିଗ୍ରୀ । ସବୁଠୁ ଉତ୍ତପ୍ତ ସହର ବାରିପଦା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login