ବୈାଦ୍ଧ: ବୈାଦ୍ଧ ଜିଲ୍ଲା ଭୈରବୀ ମନ୍ଦିରରୁ ଲୁଟ୍ । ହୁଣ୍ଡି ଭାଙ୍ଗି ସୁନା ଟଙ୍କା ଓ ରୁପା ଲୁଟିନେଲେ । ଗତକାଲି ବିଳମ୍ବିତ ରାତିରେ ମନ୍ଦିରରୁ ହୋଇଛି ଲୁଟ । ସୂଚନା ଅନୁଯାୟୀ ଆଜି ସକାଳୁ ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯାଇ ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଭକ୍ତ ମାନେ ଦାନ କରିଥିବା ଟଙ୍କା ଓ ସୁନା ଅଳଙ୍କାର ଦୁର୍ବତ୍ତ ମାନେ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଏ ନେଇ ମନ୍ଦିର କମିଟି ପକ୍ଷରୁ ବୈାଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରାଯାଇଛି ।
Views: 73