ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଶ୍ୱର ସମସ୍ତ ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି। ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଘୋଷଣା କରାଯାଇଛି। ଯାହା ବିଶ୍ୱର ୧୪୦ ରୁ ଅଧିକ ଦେଶ ସହିତ ସମାନ। ଯାହା ଯୋଗୁ ଭାରତୀୟ ସେୟାର ବଜାରରେ ଆତଙ୍କ ଦେଖାଦେଇଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ ୪୫୦ ପଏଣ୍ଟ ହ୍ରାସ ପାଇଛି। ଅନ୍ୟପକ୍ଷରେ, ନିଫ୍ଟି ମଧ୍ୟ ୧୮୦ପଏଣ୍ଟରୁ ଅଧିକ ହ୍ରାସ ପାଇଛି। ଏମକେ ରିପୋର୍ଟରେ କୁହାଯାଇଛି ଯେ, ଯଦି ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଏ, ତେବେ ଭାରତ ୩୧ ବିଲିୟନ ଡଲାର ପର୍ୟ୍ୟନ୍ତ କ୍ଷତି ସହିପାରେ।
ଭାରତ ଉପରେ ଆମେରିକା ୨୬ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଏହି ଶୁଳ୍କ ଯୋଗୁ ଆଇଟି ଷ୍ଟକ୍ ଏବଂ ବ୍ୟାଙ୍କିଙ୍ଗ୍ ଷ୍ଟକ୍ରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ଟିସିଏସ୍ ଏବଂ ଇନଫୋସିସର ସେୟାରରେ ୨ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଷ୍ଟକ୍ ମାର୍କେଟରେ ଟାରିଫ୍ର ପ୍ରଭାବ ଅଧିକ ଦିନ ପର୍ୟ୍ୟନ୍ତ ଦେଖାଯିବ ନାହିଁ।
Views: 34