ନୂଆଦିଲ୍ଲୀ : ଟ୍ରମ୍ପ ଆମେରିକାର ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଲଗାତାର ପଦକ୍ଷେପ ନେଉଛନ୍ତି । ଆମେରିକାର ସମସ୍ତ ଷ୍ଟିଲ ଏବଂ ଆଲୁମିନିୟମ ଆମଦାନୀରେ ୨୫ ପ୍ରତିଶତ ଶୁଳ୍କ ଲଗାଯିବ । ତେଣୁ କଏନ ତିଆରି କରିବାକୁ ବନ୍ଦ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଟ୍ରମ୍ପ ନିଜର ପୂର୍ବ କାର୍ୟ୍ୟକାଳ ସମୟରେ ଷ୍ଟିଲ ଉପରେ ୨୫% ଏବଂ ଆଲୁମିନିୟମରେ ୧୦ % ଟାରିଫ ଲଗାଇଥିଲେ । ସେତେବେଳେ କାନାଡା, ମେକ୍ସିକୋ, ବ୍ରାଜିଲ ଭଳି ପ୍ରମୁଖ ବାଣିଜ୍ୟକ ବୁଝାମଣାକୁ ଆଶ୍ବସ୍ତି ମିଳିଥିଲା । ଏବେ ପୁଣି ଟ୍ରମ୍ପ ଏହି ଟାରିଫକୁ ଲାଗୁ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।ଏହାଛଡା ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଆର୍ଥିକ ରଣନୀତି ଅର୍ନ୍ତଭୁକ୍ତ । ଏହାର ଉଦ୍ଦେଶ୍ୟ ଆମେରିକାର ଲୋକଙ୍କ ହିତରେ ରକ୍ଷା କରିବା ସହିତ ପ୍ରାଇଭେଟ ଚାକିରିକୁ ପ୍ରୋତ୍ସାହିତ କରିବ ।ଟ୍ରମ୍ପ କହିଛନ୍ତି, ଦୀର୍ଘ ସମୟ ଧରି ଆମେରିକା କଏନ ପ୍ରସ୍ତୁତ କରୁଛି, ଯେଉଁଥି ପାଇଁ ୨ ସେଣ୍ଟରୁ ଅଧିକ ଲାଗୁଛି । ଯାହା ନିରର୍ଥକ । ସେଥିପାଇଁ ମୁଁ ଆମେରିକାର ବିତ୍ତ ମନ୍ତ୍ରୀଙ୍କୁ ନୂଆ କଏନ ତିଆରି ବନ୍ଦ କରିବାକ ନିର୍ଦ୍ଦେଶ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନୁଯାୟୀ, ଆମେରିକାରେ କଏନ ତିଆରି କରିବା ପାଇଁ ଅଧିକ ଖର୍ଚ୍ଚ ହେଉଛି । ଯାହାର କୌଣସି ଆବଶ୍ୟକତା ନାହିଁ । ଏହା ତିଆରି କରିବା ଆମେରିକା ବଜେଟ ପାଇଁ କ୍ଷତି । ତେଣୁ ଏହାକୁ ବନ୍ଦ କରିବା ଉଚିତ ।
ଟ୍ରମ୍ପଙ୍କ ବଡ ନଷ୍ପତ୍ତି, ଷ୍ଟିଲ ଏବଂ ଆଲୁମିନିୟମ ଆମଦାନୀରେ ଲାଗୁ ହେବ ଶୁକ୍ଲ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...