ମାଲକାନଗିରି : ଛତିଶଗଡ କାଙ୍କେର ଜିଲ୍ଲାରେ ପୋଲିସ ଗୁଳିରେ ମାଓବାଦୀଙ୍କ ମୃତ୍ୟୁ । ମାନପୁର ମୋହଲା ଅଞ୍ଚଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ । ମୃତକ ହେଲେ ଏସଜେଡସି ସଦସ୍ୟ ବିଜୟ ରେଡ୍ଡୀ , ଡିଭିସି ସଦସ୍ୟ ଲୋକେଶ ସଲାମେ । ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।ସେହିପରି ଗତକାଲି ମିଳିତ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟଳିଲା ଟପ୍ ମାଓ ନେତା ଏରିଆ କମାଣ୍ଡର ଅରୁଣ। ମାଓବାଦୀଙ୍କ ଟପ୍ କ୍ୟାଡ଼ର ନେତା ଆସନ୍ତା ଅଗଷ୍ଟ ୧୫ ରେ ଏକ ବଡ଼ ଧରଣର କାଣ୍ଡ କରିବା ପାଇଁ ଏକତ୍ରିତ ହୋଇଥିବା ସୂଚନା ମିଳିଥିଲା ।
Views: 70











