The Ultimate Managed Hosting Platform
ADVERTISEMENT
The Ultimate Managed Hosting Platform

ଜୟଶଙ୍କରଙ୍କୁ ଆମେରିକାରୁ ଆସିଲା ଫୋନ କଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଆମେରିକାରୁ ଭାରତକୁ ଆସିଲା ଫୋନ୍ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଫୋନ୍ କରିଛନ୍ତି ଆମେରିକା ବୈଦେଶିକ ସଚିବ । ପହଲଗାମ୍ ଆକ୍ରମଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୋବିଓ । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି । ଆତଙ୍କବାଦ ବିରୋଧ ଲଢେଇରେ ଆମେରିକା ଭାରତ ସହ ଥିବା କହିଛନ୍ତି ରୋବିଓ । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫଙ୍କୁ ମଧ୍ୟ ଫୋନ୍ କରି କଥା ହୋଇଛନ୍ତି ଆମେରିକା ବୈଦେଶିକ ସଚିବ । କ୍ଷେତ୍ରୀୟ ସ୍ଥିତି ନେଇ ଆମେରିକାକୁ ଜଣାଇଛନ୍ତି ସେହବାଜ୍ ସରିଫ୍ । ଉତ୍ତେଜନାକୁ ଭାରତ ଉସୁକାଉଥିବା ସେ ଅଭିଯୋଗ କରିଛନ୍ତି । ଆତଙ୍କବାଦ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମାର୍କୋ ରୋବିଓ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣା : କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି

ଭୁବନେଶ୍ୱର : ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି । ତୁରନ୍ତ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ବିଜେଡି। ପୋଲିସ ଅପାରଗତାକୁ ଦାୟୀ କରିଛି...

ADVERTISEMENT
ମାଧୁରୀ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର

ମାଧୁରୀ ଓଡିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର

ଭୁବନେଶ୍ୱର : ମାଧୁରୀ ଦୀକ୍ଷିତ ହେଲେ ଓଡିଶାର ହସ୍ତତନ୍ତର ନୂଆ ବ୍ରାଣ୍ଡ ଆମ୍ବାସଡର । ନୂଆ ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କ ନାଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ...

Login