The Ultimate Managed Hosting Platform
ADVERTISEMENT

ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ ଲୁଟ

Facebook
Twitter
LinkedIn

ସୋର : ଜୁଏଲାରୀ ଦୋକାନ ମାଲିକଙ୍କ ଘରୁ ଲୁଟ୍ । ୫ରୁ ଅଧିକ ଦୁର୍ବୃତ୍ତ ଆସି ୫୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟି ନେଇଛନ୍ତି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ପ୍ରହରାଜପୁର ଗାଁରୁ ଆସିଛି ଅଭିଯୋଗ । ଜୁଏଲାରୀ ମାଲିକ ସଞ୍ଜୟ ସାହୁ ତୁଡ଼ିଗଡିଆ ବଜାରରେ ଏକ ଜୁଏଲାରୀ ଦୋକାନ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇ ଶୋଇବା ପରେ ପ୍ରାୟ ରାତି ୨ଟା ପରେ ଘର କବାଟ ଓ ଗ୍ରୀଲ ଭାଙ୍ଗି ଦୁର୍ବୃତ୍ତ ପଶିଥିଲେ । ସଞ୍ଜୟ, ସଞ୍ଜୟଙ୍କ ମା, ସ୍ତ୍ରୀ ଓ ଛୋଟ ପିଲାଙ୍କୁ ପ୍ରଥମେ ବାନ୍ଧି ମୋବାଇଲ ଛଡାଇ ନେଇଥିଲେ । ପରେ ବନ୍ଧୁକ, ଭୁଜାଲି ଓ ବ୍ୟାଟରେ ଆକ୍ରମଣ କରି ୫୦ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ସମେତ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login