The Ultimate Managed Hosting Platform
ADVERTISEMENT

ଜୁଆ ଖେଳ ଉପରେ ଉମରକୋଟ ପୋଲିସ ଚଢ଼ାଉ

Facebook
Twitter
LinkedIn

ନବରଙ୍ଗପୁର(ବିଶ୍ୱଜିତ ମଲ୍ଲିକ) : ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ଅଧୁସିତ ବହୁଳ ଜିଲ୍ଲା। ଜିଲ୍ଲା ରେ ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ପାଳିତ ହେବା ବେଳେ ଅଞ୍ଚଳରେ ହେଉଥିବା ବେଆଇନ ଜୁଆ (ଖୁଡଖୁଡି) ଖେଳ ପୋଲିସ ବିଭାଗ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଥିଲା। ଏବେ ଉମରକୋଟ ପୋଲିସ ଆକ୍ସନ ମୋଡକୁ ଆସି ଅଞ୍ଚଳା ଗ୍ରାମରେ ଚାଲିଥିବା ଏକ ଖୁଡଖୁଡି ଜୁଆ ଖେଳକୁ ରେଡ କରିଛି। ରେଡ ବେଳେ ୮୧୦୦ ଟଙ୍କା ସହ ଖେଳ ସାମଗ୍ରୀ ଓ ଜଣକୁ ଅଟକ ରଖିଛି ପୋଲିସ। ପୋଲିସକୁ ଦେଖି କିଛି ଫେରାର ହୋଇଯାଇଥିବା ଲୋକଙ୍କୁ ଆଗାମୀ ଦିନରେ ନିଶ୍ଚିତ ଧରାଯିବ ବୋଲି କହିଛି ବିଭାଗ। ଏସଆଇ ଶିବଜୀ ପଣ୍ଡା ଙ୍କ ନେତୃତ୍ୱରେ ଏସଆଇ ଅକ୍ଷୟ ମିଶ୍ର, ସୌମେନ୍ଦ୍ର ସେଠ, କନେଷ୍ଟବଳ ନରେନ୍ଦ୍ର କୁମାର ନାୟକ, ହୋମଗାର୍ଡ ବିମଳ ସାହା, ପ୍ରଦୀପ କୁମାର ରଥ, ରାଜେଶ କର ଏହି ରେଡକୁ ସଫଳ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login