ଭୁବନେଶ୍ୱର : ରଙ୍ଗୀନ ରାତିକୁ ଫିକା କରିଦେବ ପୋଲସ କଟକଣା । ଜିରୋ ନାଇଟ ପାଇଁ କମିଶନରେଟ ପୋଲିସର କଡ଼ା କଟକଣା । ମର୍ୟ୍ୟାଦା ଏବଂ ଦାୟିତ୍ବର ସହ ପାଳନ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ । ଜନସାଧାରଣ, ଇଭେଣ୍ଟ ଆୟୋଜକ ଏବଂ ଅମାନିଆ ଅସାମାଜିକଙ୍କ ଉଦ୍ଦେଶ୍ୟରେ ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ । ଜିରୋ ନାଇଟ୍ ଏବଂ ନୂଆବର୍ଷ ପାଳନ ଉତ୍ସବ ଆୟୋଜନ ପାଇଁ ବୈଧ ଲାଇସେନ୍ସ ଏବଂ ଅନୁମତି ନେବାକୁ ହେବ । ଅଶାଳୀନ ପୋଷାକ କିମ୍ବା ଇଙ୍ଗିତ ପ୍ରଦର୍ଶନ କରୁଥିବା ଭଳି କୌଣସି ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ ହେବନାହିଁ । ଅନୁମୋଦିତ ଡେସିବେଲ୍ ମଧ୍ୟରେ ସଂଗୀତ ପରିବେଷଣ । ମଦ୍ୟପାନ କରି ଗାଡି ଚାଳାଇଲେ କାର୍ୟ୍ୟାନୁଷ୍ଠାନ । ଚେକ୍ ପଏଣ୍ଟରେ ପୋଲିସର ନିର୍ଦ୍ଦେଶ ପାଳନ ପାଇଁ କୁହାଯାଇଛି ।
Views: 144











