The Ultimate Managed Hosting Platform
ADVERTISEMENT

ଜାଡେଜାଙ୍କୁ କାଖେଇ ପକାଇଲେ ଧୋନି, ଭାବୁକ ହୋଇପଡିଲେ ଫ୍ୟାନ୍ସ

Facebook
Twitter
LinkedIn

ନୂଆଦିଲ୍ଲୀ : ୫ମ ଥର ପାଇଁ ଚାମ୍ପିଅନ ହୋଇଛି ସିଏସକେ । ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ୍ ୨୦୨୩ ଟାଇଟଲ ଜିତିସାରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ୫ ୱିକେଟରେ ଗୁଜରାଟ ଟାଇଟନ୍ସକୁ ହରାଇଛି । ଶେଷ ଦୁଇ ବଲରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଡେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଆଉ ଚେନ୍ନାଇ ଜିତିବା ପରେ ଜାଡେଜା ଧୋନିଙ୍କ ପାଖକୁ ଦୌଡି ଯାଇଥିଲେ । ଆଉ ଧୋନି ଜାଡେଜାଙ୍କୁ କୋଳରେ ଉଠାଇ ନେଇଥିଲେ । ଏହାକୁ ଦେଖି ଭାବୁକ ହୋଇଯାଇଥିଲେ ଫ୍ୟାନ୍ସ । ଜାଡେଜାଙ୍କ ପାଇଁ ଏହି ଶେଷ ମ୍ୟାଚଟି ଜିତି ପୁଣି ଥରେ ଚାମ୍ପିଅନ ହୋଇଛି ସିଏସକେ । ଆୁ ସିଏସକେ ବିଜୟୀ ହେବା ପରେ ଭାବୁକ ହୋଇଯାଇଥିଲେ ଧୋନୀ । ଆଇପିଏଲ ୨୦୨୩ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ କରିଥିଲା । ତେବେ ଚେନ୍ନାଇ ଗୋଟେ ଓଭର ଖେଳିଥିବା ବେଳେ ବର୍ଷା ବାଧା ସୃଷ୍ଟି କରିବାରୁଊଖଝ ନିୟମ ଅନୁଯାୟୀ ୧୫ ଓଭରରେ ୧୭୧ ରନ୍ କରିବାର ଥିଲା । ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ଆକ୍ରାତ୍ମକ ବ୍ୟାଟିଂ ପାୱାରପ୍ଲେ ୪ ଓଭରରୁ ୫୨ ରନ୍ କରିଥିଲେ । ହେଲେ ଗୁଜରାଟ ବୋଲର ନୂର ଅହମ୍ମଦଙ୍କ ଗୋଟିଏ ଓଭରରେ ଦୁଇ ବ୍ୟାଟରଙ୍କୁ ଆଉଟ୍ କରି ବଡ଼ ସଫଳତା ଦେଇଥିଲେ। କନେଓ୍ଵ ୨୫ ରନ୍, ଶିବମ ଦୁବେ ୩୨ ରନ୍, ଜାଡୋଜା ୬ ବଲରେ ୧୫ ରନ୍ କରିଥିଲେ । ଅମ୍ବାତି ରାୟୁଡୁ ମଧ୍ୟ ୧୯ ରନ ଏବଂ ରାହାଣେ ୨୭ ରନ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login