The Ultimate Managed Hosting Platform
ADVERTISEMENT

ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପାଇଁ ହାଙ୍ଗାମା , ସନ୍ଦେହ ଘେରରେ ଶିଶୁ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟକଳାପ

Facebook
Twitter
LinkedIn

ଜଗତସିଂହପୁର (ଲୋକନାଥ ସାହୁ) : ଆମର ପିଲା ଦରକାର । ପିଲା ମୃତ୍ୟୁ କି ଜୀବିତ ଆମେ ଜାଣିନୁ କି ଦେଖିନୁ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆମକୁ ଉତ୍ତର ଦିଅ । ଏଭଳି ହକ ପାଇଁ ଦୀର୍ଘ ସମୟ ଚାଲିଛି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ହାଙ୍ଗାମା । ହଁ ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ । କଟକ ନଖରା ଅଞ୍ଚଳର ଛବି ବେହେରା ପାଞ୍ଚ ବର୍ଷ ତଳେ ବାଲିକୁଦା ନାଗପୁର ଅଂଚଳର ସୁମିତ୍ରା ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ପରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ସ୍ତ୍ରୀ ସୁମିତ୍ରା ବାପଘର ନାଗପୁର ରେ ରହୁଥିଲା । ମାର୍ଚ୍ଚ ୫ତାରିଖରେ ସୁମିତ୍ରା କାହାରିକୁ କିଛି ନଜଣାଇ ଅବିବାହିତ ବୋଲି ପରିଚୟ ଦେଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପୁତ୍ର ସନ୍ତାନ ଜନ୍ମ କରିଥିଲା । ଏହା ପରେ ପୁତ୍ରକୁ ଜ଼ିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲା । ଏ ସମ୍ପର୍କରେ ସୁମିତ୍ରାର ସ୍ୱାମୀ ଛବି ବିଶେଷ ସୂତ୍ରରୁ ଖବର ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚି ଥିଲେ ହେଲେ ଜ଼ିଲ୍ଲା ଶୁଶୁ ମଙ୍ଗଳ ଅଧିକାରୀ ଛବିକୁ ଶିଶୁ ପିଲାକୁ ହସ୍ତାନ୍ତର କରିନଥିଲେ । ପରବର୍ତ୍ତୀ ସମୟରେରେ ସୁମିତ୍ରାର ସ୍ୱାମୀ ଛବି ଏବଂ ପରିବାର ଲୋକ ଶିଶୁ ପୁତ୍ର ନେବାକୁ ବିଭିନ୍ନ ଫୋରମ ରେ ଦାବୀ କରିଥିଲେ । ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅପ୍ରିଲ ଦୁଇ ତାରିଖରେ ଶିଶୁ ପୁତ୍ର ନେବାକୁ ସୁମିତ୍ରା ଏବଂ ତାର ସ୍ୱାମୀ ଛବି କୁ ପ୍ରତିଶୃତି ଦେଇଥିଲେ । ହେଲେ ଉଭୟ ପରିବାର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଂଚିବା ପରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶିଶୁ ପୁତ୍ରକୁ ମୃତ୍ୟୁ ଘୋଷଣା କରିବାରୁ ଉତେଜନା ଦେଖାଦେଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login