ଯାଜପୁର : ଧର୍ମଶାଳା ବ୍ଲକ ପରିସରରେ ଜଳିଗଲା ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସରେ କେହି ନ ଥିଲେ, କିପରି ଜଳିଲା ଜଣାପଡିନି । ଗାଡ଼ିଟି ଅଳ୍ପ ସମୟ ମଧ୍ୟରେ ଜଳି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ ଯାଜପୁର ଜ଼ିଲ୍ଲା ଧର୍ମଶାଳା ବ୍ଲକରେ ୨ଟି ସରକାରୀ ଆମ୍ବୁଲାନ୍ସ ରହିଛି। ଏଥିରୁ ଗୋଟିଏ ବ୍ଲକ କାଯ୍ୟଳୟରେ ଅନ୍ୟଟି ଥାନାରେ ରହୁଥିଲା। ବ୍ଲକ ପରିସରରେ ଥିବା ଆମ୍ବୁଲାନ୍ସଟି ଆଜି କଟକକୁ ରୋଗୀ ନେଇଥିଲା। ଅପରାହ୍ଲ ପ୍ରାୟ ୩ଟାରେ ଏହା ବ୍ଲକ କାର୍ୟ୍ୟାଳୟକୁ ଫେରି ଆସିଥିଲା। ଏହାର ଚାଳକ ଗାଡ଼ି ରଖି ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ। ଏହା ପରେ ଗାଡ଼ିରେ ନିଆଁ ଲାଗିଥିଲା ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଜଳି ଯାଇଥିବା ଆମ୍ବୁଲାନ୍ସଟି ୨ ମାସ ପୂର୍ବରୁ ଏଠାକୁ ଆସିଥିଲା। ଏହାର ସଠିକ ମରାମତି ହେଉ ନଥିଲା ନା ଆଉ କିଛି କାରଣ ଥିଲା, ସେନେଇ ଜଣାପଡ଼ି ନାହିଁ। ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।
Views: 28