ନୂଆଦିଲ୍ଲୀ : କର୍ଣ୍ଣାଟକର ପୂର୍ବତନ ପୋଲିସ ମହା ନିର୍ଦ୍ଦେଶକ ତଥା ଇନ୍ସପେକ୍ଟର ଜେନେରାଲ ପୋଲିସ୍ ଶ୍ରୀଯୁକ୍ତ ଓମ୍ ପ୍ରକାଶଙ୍କୁ ହତ୍ୟା । କର୍ଣ୍ଣାଟକ ପୂର୍ବତନ ଡିଜିପି ଓମପ୍ରକାଶ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି । ଆଖିରେ ଲଙ୍କା ପାଉଡର ପକାଇ ଡିଜିପି ସ୍ବାମୀଙ୍କୁ ନିର୍ମମ ହତ୍ୟା କରିଥିଲେ ପତ୍ନୀ । ସଂପତ୍ତିକୁ ନେଇ ହତ୍ୟା ଅଭିଯୋଗରେ ସ୍ତ୍ରୀ ଓ ଝିଅ ଅଟକ ରଖିଛି ପୋଲିସ । ଓମପ୍ରକାଶଙ୍କ ଛାତି ଓ ପେଟରେ ଏକାଧିକ କ୍ଷତ ରହିଛି । ବରିଷ୍ଠ ପୋଲିସ ଅଧିକାରୀମାନେ ତଦନ୍ତ ଚଳାଇଛନ୍ତି । ଅଭିଯୁକ୍ତ ପହ୍ଲବୀ ମାନସିକ ରୋଗ ସିଜୋଫେର୍ଣ୍ଣିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଓମପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ସଂପତ୍ତିକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଅନେକ ବିବାଦ ଲାଗିରହିଥିଲା । ଓମ ପ୍ରକାଶ ଚାହୁଁଥିଲେ, ସମସ୍ତ ସମ୍ପତ୍ତି ତାଙ୍କ ପୁଅକୁ ଦିଆଯାଉ କିନ୍ତୁ ପତ୍ନୀ ପଲ୍ଲବୀ ଚାହୁଁଥିଲେ ଭାଗ । ପୂର୍ବରୁ ପତ୍ନୀ ପଲ୍ଲବୀ ଓମ ପ୍ରକାଶ ଏବଂ ତାଙ୍କ ପୁଅକୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ । କର୍ଣ୍ଣାଟକ କ୍ୟାଡରର ୧୯୮୧ ବ୍ୟାଚ ଭାରତୀୟ ପୋଲିସ ସେବା ଅଧିକାରୀ ଓମ୍ ପ୍ରକାଶ (୬୮)ଙ୍କ ର ହତ୍ୟା ହୋଇଥିବା ସନ୍ଦେହ କରୁଛି ପୋଲିସ ।
ସ୍ୱାମୀଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଅତି ନିଷ୍ଠୁର ଭାବରେ ଜୀବନ ନେଇଗଲେ ପୂର୍ବତନ ଡିଜିପିଙ୍କ ସ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











