ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟା ରୂପ ନେବ । ଆଜି ଘଣ୍ଟାପ୍ରତି ୧୭ କିମି ବେଗରେ ଗତି କରୁଛି ଗଭୀର ଅବପାତ । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି ଦୂରରେ । ଦୀଘାରୁ ୪୬୦ ଓ ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ଅଛି । କାଳକ୍ରମେ ଏହା ଉତ୍ତର –ଉତ୍ତରପୂର୍ବ ଦିଗକୁ ଗତି କରି ବାତ୍ୟା ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ । ୧୮ ସକାଳେ ବାଂଲାଦେଶର ମଙ୍ଗଲା-ଖେପୁପଡା ମଧ୍ୟରେ ଉପକୂଳ ଛୁଇଁବ ।ଉପକୂଳ ଛୁଇଁବା ବେଳେ ୫୫ରୁ ୭୫ କିମି ବେଗରେ ପବନ ବହିବା ସମ୍ଭାବନା ।
ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଦିଗ ପରିବର୍ତ୍ତନ କରିଥିବାରୁ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡିବ ନାହିଁ । କିନ୍ତୁ ଓଡ଼ିଶା ଉପକୂଳରେ ପବନର ବେଗ ୪୦ରୁ ୪୫ କିଲୋମିଟର ରହିବ। ତେଣୁ ୧୮ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଗଭୀର ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ହେଲାଣି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଛୋଟ ବାତ୍ୟା ! ଯିବ ବାଂଲାଦେଶ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











