The Ultimate Managed Hosting Platform
ADVERTISEMENT

ଛାଡଖାଇରେ ଆମିଷ ବଜାର ମାନ୍ଦା

Facebook
Twitter
LinkedIn

ଭୁବନେଶ୍ୱର : ଆଜି ହେଉଛି ଛାଡଖାଇ । କାର୍ତ୍ତିକ ମାସ ସାରା ଆମିଷ ନ ଖାଇ ସମସ୍ତେ ଅପେକ୍ଷା କରିଥାନ୍ତି ଛାଡଖାଇକୁ । କିନ୍ତୁ ଛାଡଖାଇ ମଙ୍ଗଳବାର ଦିନ ପଡୁଥିବାରୁ ଅନେକ ଲୋକ ଆମିଷ ଖାଉ ନାହାନ୍ତି । ମଙ୍ଗଳବାରରେ ଛାଡ଼ଖାଇ ପଡ଼ିଥିବାରୁ ଆମିଷ ବଜାରରେ ବିଶେଷ ଗହଳି ପରିଲକ୍ଷିତ ହୋଇନାହିଁ। ତଥାପି ଆଜି ମାଛ, ମଟନ୍ ଓ ଚିକେନ୍ କିଣିବାକୁ କିଛି ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି। ଆଜି ରାଜଧାନୀରେ ଆମିଷର ଦର ବି ଟିକେ ଉଚ୍ଚା ରହିଛି। ଯୁନିଟ-୪ ମାର୍କେଟରେ ଆଜି ରୋହି ଓ ଭାକୁର ମାଛ କିଲୋ ପ୍ରତି ୨୦୦ରୁ ୪୦୦ ଟଙ୍କା ରହିଥିବା ବେଳେ ଚିଙ୍ଗୁଡ଼ିର ଦର ୪୦୦ରୁ ୫୦୦ ଟଙ୍କା ରହିଛି। ଜେଲି ଫିଶର ଦର ୫୦୦ ଟଙ୍କା ରହିଛି। ତେଣେ କଙ୍କଡ଼ାର ମୂଲ୍ୟ ୩୦୦ ଟଙ୍କା ରହିଥିବା ଜଣାଯାଇଛି। ଏଣେ ମଟନ କିଲୋ ପ୍ରତି ୭୫୦ ଟଙ୍କା, ବ୍ରଏଲର୍ ଚିକେନ୍ ୨୦୦ ଟଙ୍କା ଦେଶୀ ଚିକେନ୍ ୫୦୦ ଟଙ୍କାରେ ମିଳୁଛି। ଠିକ୍ ସେହିପରି କଟକରେ ମଧ୍ୟ ଆମିଷ ବଜାରରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login