ନୟାଗଡ:ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଅର୍ନ୍ତଗତ ସଦରଥାନା ସଠିଆପଲ୍ଲି ଗ୍ରାମରେ । ଶନିବାର ସକାଳୁଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଜଣ ଯୁବକ ଧାନବସ୍ତା ଚୋରି କରି ହଟହଟା ହୋଇଛନ୍ତି । ସୂଚନା ଅନୁଯାୟୀ , ସଦରଥାନା ସଠିଆପଲ୍ଲି ଗ୍ରାମର ଚୟା ବେହେରା ନିଜ ଖଳାବାଡିରେ ୧୨ ବସ୍ତା ଧାନ ରଖିଥିବା ବେଳେ ଭୋରୁ ଧାନ ବସ୍ତା ନଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ଖଳାବାଡିରେ ପଡିଥିବା ଗାଡିର ଚକା ଚିହ୍ନ ଦେଖି ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ଘରଠାରୁ କିଛି ଦୂରରେ ଥିବା ଖୁଣ୍ଟବନ୍ଧ ଗ୍ରାମର ଜେଲ୍ ପାଖ ସାହିର ଏକ ଘର ନିକଟରେ କିଛି ଧାନ ପଡିଥିବାର ଲକ୍ଷ୍ୟ କରିଥିଲେ । ସେ ଲୋକଙ୍କୁ ଜଣାଇ ତାଙ୍କ ଲୋକଙ୍କ ସହାୟତାରେ ସେହି ବନ୍ଦ ଘରକୁ ଖୋଲିବା ପରେ ଚୟା ବେହେରା ନିଜ ସମସ୍ତ ଧାନବସ୍ତା ସେଠାରେ ଥିବା ଦେଖିଥିଲେ । ସେଠାରେ ଥିବା ମନୋଜ ବେହେରା ଏବଂ ସନ୍ତୋଷ ବେହେରା ନାମକ ଦୁଇ ଯୁବକଙ୍କୁ ଲୋକମାନେ କାବୁକରି ଗାଁ ଦାଣ୍ଡରେ ବାନ୍ଧି ଦେଇଥିଲେ । ଏହି ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ସେମାନେ ଧାନବସ୍ତା ଚୋରି କରିଥିବା ଗ୍ରାମବାସୀଙ୍କ ଆଗରେ ସ୍ୱୀକାର କରିଛନ୍ତି । ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ନକରି ଗ୍ରାମରେ ଘଟଣାର ସମାଧାନ କରାଯାଉଥିବା ସୂଚନା ମିଳିଛି ।
ଚୋରି ପଡିଲା ମହଙ୍ଗା
Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...