କଟକ : ଚତୁର୍ଥ ଦିନରେ ଓଡିଶା ରାଜସ୍ବ ଅମଲା ସଂଘର ଆନ୍ଦୋଳନ । ରାଜ୍ୟର ୧୦ ହଜାରରୁ ଅଧିକ ରାଜସ୍ୱ କର୍ମଚାରୀ ୩୦ ଟି ଯାକ ଜିଲ୍ଲାରେ ୧୦ ଦଫା ଦାବି ନେଇ ଗତ ୧୧ ତାରିଖ ଠାରୁ ସାମୁହିକ ଛୁଟିରେ ଅଛନ୍ତି । ସାରା ରାଜ୍ୟରେ ରାଜସ୍ୱ କାର୍ୟ୍ୟ ସଂପୂର୍ଣ୍ଣ ଠପ ହୋଇଯାଇଛି । ସାଧାରଣ ଲୋକଙ୍କ ସମସ୍ୟାକୁ ଆଖିରେ ରଖି ଆନ୍ଦୋଳନରୁ ଓହରି କାର୍ୟ୍ୟରେ ଯୋଗ ଦେବାକୁ ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଥିଲେ ମଧ୍ୟ ତାହାକୁ ଭ୍ରୁକ୍ଷେପ କରି ନାହିଁ ସଙ୍ଘ । ସମସ୍ତ ରାଜସ୍ବ ଅମଲାଙ୍କ ଛୁଟି ବାତିଲ କରିବାକୁ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଦିଆଯାଇ ଥିବା ବେଳେ ତଦନୁଯାୟୀ ତୁରନ୍ତ କାର୍ୟ୍ୟରେ ଯୋଗ ଦେବାକୁ କେତେକ ଜିଲ୍ଲାପାଳ ମଧ୍ୟ ରାଜସ୍ବ ଅମଲା ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Views: 55











