The Ultimate Managed Hosting Platform
ADVERTISEMENT

ରାତି ସାରା ଜ୍ୱାଇଁ ପୁଅକୁ ଖୁଣ୍ଟରେ ବାନ୍ଧି ପିଟିଲେ !

Facebook
Twitter
LinkedIn

ମୋହନା : ଅଡବା ଥାନା ଗରଡମା ଗାଁରେ ଜ୍ୱାଇଁ ପୁଅକୁ ମାଡ । ଜ୍ୱାଇଁକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଶ୍ୱଶୁର ଘର ଲୋକେ । ରାସନ ଚାଉଳ ନେବାକୁ ଆସିଥିବା ବେଳେ ନିସ୍ତୁକ ମାଡ । ରାତି ସାରା ଖୁଣ୍ଟରେ ବାନ୍ଧି ମାଡ, ସକାଳେ ପୋଲିସ ଦ୍ୱାରା ଉଦ୍ଧାର । ପତ୍ନୀଙ୍କ ଠାରୁ ଅଲଗା ରହୁଛନ୍ତି ଯୁବକ, ମାମଲା କୋର୍ଟରେ ବିଚାରାଧୀନ । ଅଡ଼ବା ଥାନ ଗରଡ଼ମା ଗାଁର ସୁଭଦ୍ରା ମାଳବିଷୋୟୀ ବ୍ରାହ୍ମଣୀଗାଁ ଥାନା ବୁଡ଼ିଶିଳ ଗାଁର ଜଳନ୍ତ ବଳିଆରସିଂକୁ ବିବାହ କରିଥିଲେ। ହେଲେ ପାରିବାରିକ କଳହ ପାଇଁ ବାପଘର ପରିବାର ଲୋକ ୧୧ ମାସ ତଳେ ଝିଅକୁ ନେଇ ଯାଇଥିଲେ। ଉଭୟ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେବା ସହ କୋର୍ଟରେ ବିଚାରଧୀନ ଅଛି ।
ଗତକାଲି ଯୁବକ ଜଣକ ନିଜ ଗାଁ ବୁଡ଼ିଶିଳ ଗାଁରୁ ରାସନ ଚାଉଳ ନେବାକୁ ଗରଡ଼ମା ଗାଁକୁ ଆସିଥିବା ବେଳେ ଝିଅ ଘର ପରିବାର ପହଞ୍ଚି ଯୁବକକୁ ମାଡ଼ ମାରିବା ସହ ରାତିତମାମ ଗାଁ ଦାଣ୍ଡରେ ବାନ୍ଧି ରଖିଥିଲେ । ପୋଲିସ ଖବର ପାଇ ବୁଝାସୁଝା କରି ଯୁବକକୁ ଉଦ୍ଧାର କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login