ବାଙ୍କୀ : ଗୋଷ୍ଠୀ ସଂଘର୍ଷରୁ ଘର ଜାଳିଦେଲେ । ତାଳବସ୍ତା ବନହରା ଆଦିବାସୀ ସାହିରେ ଗୋଷ୍ଠୀ ସଂଘର୍ଷ । ପରସ୍ପରକୁ ଟେକା ପଥର ମାଡ ପରେ ଘରେ ନିଆଁ ଲଗାଇ ଦେଲେ । ପୂର୍ବ ବିବାଦ ଓ କାଜୁ ନିଲାମକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୧୨ ଆହତ । ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ଉଭୟ ପକ୍ଷରୁ ୧୨ରୁ ଉର୍ଦ୍ଧ ଆହତ ଡମପଡା ମେଡିକାଲରେ ଭର୍ତ୍ତି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି । ସମସ୍ତ ଆହତଙ୍କୁ ଡମପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତେଜନା ଲାଗିରହିଥିବାରୁ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Views: 20