ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । କରୋନା ଭାଇରସକୁ ନେଇ ଆତଙ୍କିତ ଲୋକେ । ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩ ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲ ଗୁଡ଼ିକୁ ବେଡ୍ ଏବଂ ଅକ୍ସିଜେନ୍ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛନ୍ତି । ଦିଲ୍ଲୀରେ ୨୩ ଜଣ କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂ ଶୁକ୍ରବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ରୋଗୀଙ୍କ ବିବରଣୀ ଯାଞ୍ଚ କରୁଛନ୍ତି । ଏହା ସହିତ ସେମାନେ ଯାଞ୍ଚ କରୁଛନ୍ତି ଯେ ରୋଗୀମାନେ ସହରର ବାସିନ୍ଦା ନା ସେମାନଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରୀ ଅଛି ।
କୋଭିଡ୍ ଜେଏନ ୧ ରେ ସଂକ୍ରମିତ ବ୍ୟକ୍ତିମାନେ ଶ୍ୱାସକ୍ରିୟାର ସାମାନ୍ୟ ସମସ୍ୟା ଅନୁଭବ କରିଥାନ୍ତି । ଲକ୍ଷଣ ଗୁଡ଼ିକ ମଧ୍ୟରେ ଜ୍ୱର, ନାକରୁ ପାଣି ବୋହିବା, ଗଳା ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅତ୍ୟଧିକ ଥକ୍କାପଣ, ମାଂସପେଶୀ ଦୁର୍ବଳତା ଏବଂ ପାକସ୍ଥଳୀରେ ସାମାନ୍ୟ ସମସ୍ୟା ଦେଖା ଦେଇଥାଏ । କିଛି କ୍ଷେତ୍ରରେ, ଭୋକ କମ୍ ହେବା ଏବଂ ଲଗାତାର ବାନ୍ତି ହୋଇପାରେ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସଂକ୍ରମିତ ହେବାରୁ ରକ୍ଷା ପାଇବା ପାଇଁ ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ କୋଭିଡ୍ ସତର୍କତା ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୩ ଜଣ ପଜିଟିଭ ଚିହ୍ନଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତକୁ ଟ୍ରମ୍ପଙ୍କ ଧମକ , ୨୪ ଘଣ୍ଟାରେ ଶୁଳ୍କ ବୃଦ୍ଧି କରିବେ ଟ୍ରମ୍ପ
ନୂଆଦିଲ୍ଲୀ : ଭାରତକୁ ଟ୍ରମ୍ପଙ୍କ ନୂଆ ଧମକ । ୨୪ ଘଣ୍ଟାରେ ଭାରତ ଉପରେ ବଡ଼ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ।...
ମନ୍ଦିର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ , ୧୫ ଜଣ ଗୁରୁତର
ପଞ୍ଜାବ : ପଞ୍ଜାବର ବରନାଲା ଜିଲ୍ଲାର ଏକ ମନ୍ଦିରର ରୋଷେଇ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ବଡ଼ ଚୁଲିରେ ଡିଜେଲ ଢାଳିବା ସମୟରେ ବଡ...
ମୋହାଲିରେ ଥିବା ଅମ୍ଲଜାନ ପ୍ଲାଣ୍ଟରେ ବିସ୍ଫୋରଣ
ମୋହାଲି : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ। ଚାଲିଗଲା ୨ଜଣକ ଜୀବନ। ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ୟ୍ୟନ୍ତ...
ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ
ରେଢାଖୋଲ : ଘୁଷୁରାମାଲର ପୂର୍ବତନ ସରପଞ୍ଚଙ୍କୁ ଅପହରଣ ଅଭିଯୋଗ । କିଛି ଦୁର୍ବୁତ୍ତ ଏକ କାରରେ ଆସି ଅପହରଣ କରିନେଇଥିବା ଅଭିଯୋଗ । ରେଢାଖୋଲ ଥାନାରେ ଅଭିଯୋଗ...