The Ultimate Managed Hosting Platform
ADVERTISEMENT

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି

Facebook
Twitter
LinkedIn

କୋଣାର୍କ : ଖୁବ ଶୀଘ୍ର କୋଣାର୍କ ସୂର୍ୟ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । ମନ୍ଦିର କାନ୍ଥରେ ୧୬ ସେଣ୍ଟିମିଟରର ଗର୍ତ୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ । ଡ୍ରିଲ କରି ହୋଲ୍ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ହୋଲ୍ କାର୍ୟ୍ୟ ଶେଷ ହେବ । ଗର୍ଭଗୃହ ଭିତରେ ଥିବା ବାଲିର ସ୍ଥିତି ଓ ପଥରର ଅବସ୍ଥା ଦେଖି ପର୍ୟ୍ୟାୟକ୍ରମେ ବାହାର କରାଯିବ। ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା। ଏବେ ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପଶ୍ଚିମ ପାର୍ଶ୍ବରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ ନିର୍ମାଣ ହେବ। ଗତକାଲି ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ୧୦ ଜଣିଆ ବୈଷୟିକ କୋର କମିଟି କୋଣାର୍କ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login