The Ultimate Managed Hosting Platform
ADVERTISEMENT

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ବିବାଦୀୟ ବୟାନ ଦେଲେ ସାଂସଦ ମହୁଆ ମୋଇତ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା । ମହୁଆଙ୍କ ବୟାନକୁ ନେଇ ଏବେ ଚାରିଆଡେ ହଙ୍ଗାମା ଦେଖାଦେଇଛି । ଅମିତ ଶାହଙ୍କ ମୁଣ୍ଡ କାଟି ଟେବୁଲରେ ରଖିଦେବାକୁ କହିଛନ୍ତି ମହୁଆ । ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମହୁଆ କହିଛନ୍ତି, ଯଦି ଭାରତ ସୀମାରେ କେହି ରକ୍ଷା କରିବାକୁ ନାହାଁନ୍ତି, ଯଦି ଅନ୍ୟ ଦେଶର ହଜାର ହଜାର ଲୋକ ପ୍ରତିଦିନ ଅନୁପ୍ରବେଶ କରୁଛନ୍ତି, ଆମ ମା’ ଓ ଭଉଣୀଙ୍କ ଉପରେ ଖରାପ ଦୃଷ୍ଟି ପକାଉଛନ୍ତି, ଆମ ଜମି ଛଡ଼ାଇ ନେଉଛନ୍ତି । ତା’ହେଲେ ପ୍ରଥମେ ଗୃହମନ୍ତ୍ରୀଙ୍କ ମୁଣ୍ଡ କାଟି ଟେବୁଲ୍ ଉପରେ ରଖିଦେବା ଉଚିତ୍ । ମହୁଆଙ୍କ ଏଭଳି ବିବାଦୀୟ ବୟାନ ପରେ ଏବେ ରାଜନୀତି ଜୋର୍ ଧରିଛି । ତାଙ୍କ ନାମରେ କୋତୱାଲି ଥାନାରେ ଅଭିଯୋଗ ହୋଇଛି।ତେବେ ମହୁଆଙ୍କ ଏଭଳି ଉତ୍ତେଜନାପୂର୍ଣ୍ଣ ଟିପ୍ପଣୀ ପରେ ନଦିଆ ଜିଲ୍ଲା ବିଜେପି କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି । ମହୁଆ ଏହି ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login