The Ultimate Managed Hosting Platform
ADVERTISEMENT

କେତେଦିନ ଆଉ ଏ ନୀରବତା

Facebook
Twitter
LinkedIn

ନୀରବତା ଭିତରେ ଗୋଟିଏ ବାସ୍ତବତା ଚିତ୍ର ଥାଏ | ନୀରବତା ମଣିଷର ଏକ ଦୁର୍ବଳତା | ଯାହାର ସୁଯୋଗ ନେଇ ଅନ୍ୟମାନେ ମଣିଷର ଦୁର୍ବଳତା ଦେଖି ଫାଇଦା ଉଠେଇବାକୁ ସବୁବେଳେ ଚେଷ୍ଟା କରିଥାନ୍ତି | କାରଣ ଯେଉଁ ଦୁର୍ବଳତା ବିଷୟରେ ଆମେ ଅନ୍ୟ ଜଣକୁ କହିଲେ ଆମର ଦୁଃଖ ଦୂର ହୋଇଯିବ ବୋଲି ଭାବିଥାଉ ବାସ୍ତବରେ ସେୟା ହୋଇ ନଥାଏ | ଅନ୍ୟମାନେ କେବଳ ସେତିକି ଦିନ ମିଶିବେ ଯେତିକି ଦିନ ସେମାନେ ଆପଣଙ୍କ ଦୁର୍ବଳତା ବିଷୟରେ ଜାଣିନଥିବେ ଆଉ ଯେତେବେଳେ ସେମାନେ ତୁମର ଦୁର୍ବଳତା ବିଷୟରେ ଜାଣିଯିବେ | ସେତେବେଳେ ସେମାନେ ତମକୁ କାଠ କଣ୍ଢେଇ ଭଳି ତାଙ୍କ ଇସାରାରେ ନଚେଇବେ | ଯେଉଁମାନଙ୍କୁ ତମେ ଗୁରୁତ୍ୱ ଦେଉଥିବ ସେମାନେ ତୁମକୁ ଅଲୋଡ଼ା ଭାବିବେ |


ଏ ଦୁନିଆରେ କେହି କାହାର ନୁହେଁ | ନିଜ ଦୁଃଖ କେବଳ ନିଜର ଆଉ ନିଜ ଆଖି ଲୁହ ବି ନିଜର | ପର ଲୋକ କନ୍ଦେଇବେ ଆଉ ନିଜ ଲୋକ ହସେଇବେ | ଏମିତି ବି ବେଳେବେଳେ ହୁଏ ନିଜ ଲୋକଗୁଡ଼ା ବି ପର ହେବାକୁ ଲାଗିବେ କାରଣ ଏବେ ସମସ୍ତଙ୍କୁ ନୂଆ ବନ୍ଧୁ ଦରକାର | ସେଥିପାଇଁ ତ ଆଜିର ଦୁନିଆରେ ଫିକା ଫିକା ଲାଗେ ସବୁ ସମ୍ପର୍କ | ଏ ସମ୍ପର୍କ ବି ସେମିତି ଯେଉଁମାନେ ସମ୍ପର୍କର ମୂଲ୍ୟ ବୁଝନ୍ତିନି ସେମାନଙ୍କ ସହ ସମ୍ପର୍କ ଯୋଡି ହୋଇଯାଏ | ଆଉ ଯିଏ ସମ୍ପର୍କର ମାନେ ବୁଝେ | ସେ ଆଜିର ସମାଜରେ ଏକା ପଡ଼ିଯାଏ | କେବଳ ନୀରବତାକୁ ନିଜର ବାସ୍ତବ ଦୁନିଆ ଭାବୁଥାଏ |
କେବେ କେବେ ମନକୁ ପ୍ରଶ୍ନ ଆସେ ନୀରବତା ଭିତରେ ମଣିଷ ରୁହେ ନା ମଣିଷକୁ ନୀରବତା ଭଲ ଲାଗେ | ବାସ୍ତବରେ ଏ ନୀରବତା କଣ | ଏହି ନୀରବତାକୁ ବୁଝିବାକୁ ହେଲେ ବର୍ଷ ଯାଇ ମାସ ଶେଷ ହୋଇଯାଏ କିନ୍ତୁ ନୀରବତା ମଣିଷ ପାଖରୁ କେବେ ଯାଏନା | ହଁ ମଣିଷ ନୀରବତାକୁ ଛାଡି ଏକା କେମିତି ହସି ପାରିବ ଯଦି ନିଜ ଲୋକଗୁଡ଼ା ଓଠରୁ ହସ ଛଡେଇ ନେଇ ଆଖିରେ ଲୁହ ଛାଡି ଚାଲିଯିବେ |


ତେବେ ନୀରବତାକୁ ନିଜଠୁ ଦୂରେଇ ଦେବା ଉଚିତ | ନିଜକୁ ଅନ୍ୟ ମାନଙ୍କ ଭଳି ନୁହେଁ ନିଜକୁ ନିଜ ଭଳି ଗଢିବା ଉଚିତ |ଏହାଦ୍ୱାରା ମଣିଷ ନିଜ ଜୀବନରେ କେବେ ହାରିବା ଶିଖିବନି କି କିଏ ହରେଇବାକୁ ଚାହିଁଲେ ହରେଇ ପାରିବନି | କାରଣ ପ୍ରତ୍ୟେକ ମଣିଷ ନିଜ ଉପରେ ନିଜେ ବିଶ୍ୱାସ ରଖିବା ଉଚିତ | ଯଦି ନିଜ ବିଶ୍ୱାସ ନିଜ ଉପରୁ ଉଠିଯାଏ | ତେବେ ମଣିଷ ହାରିଯାଏ | ଜିତିବା ଶିଖ ଅନ୍ୟକୁ ଜିତିବାର ଏକ ମାର୍ଗ ଦେଖାଅ |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login