ନୂଆଦିଲ୍ଲୀ ; ଭାରତୀୟ ରେସଲରଙ୍କ ପାଇଁ ଖୁସୀ ଖବର । ଦୀର୍ଘଦିନ ଧରି ଭାରତୀୟ କୁସ୍ତି ମହାସଂଘ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ଦେଇଛି କ୍ରୀଡ଼ା ମନ୍ତ୍ରଣାଳୟ । ଏହାର ଅର୍ଥ ହେଉଛି ଯେ ଏବେ ଡବ୍ଲୁ୍ୟଏଫଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିପାରିବ ଏବଂ ଜାତୀୟ ଦଳ ବ୍ୟତୀତ ଅନ୍ତର୍ଜାତୀୟ ଇଭେଣ୍ଟ ପାଇଁ ଖେଳାଳି ଚୟନ କରିପାରିବ। କ୍ରୀଡା ମନ୍ତ୍ରଣାଳୟ କୁସ୍ତି ମହାସଂଘ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଛି ।୨୪ ଡିସେମ୍ବର ୨୦୨୩ରେ, କ୍ରୀଡ଼ା ମନ୍ତ୍ରଣାଳୟ ୧୫ ବର୍ଷରୁ କମ୍ ଏବଂ ୨୦ ବର୍ଷରୁ କମ୍ ଜାତୀୟ ଚାମ୍ପିୟନସିପ୍ ଘୋଷଣା କରିବାରେ ଶୀଘ୍ରତା ପାଇଁ ଭାରତୀୟ କୁସ୍ତି ମହାସଂଘକୁ ନିଲମ୍ବନ କରିଥିଲା । ସଞ୍ଜୟ ସିଂହଙ୍କ ନେତୃତ୍ୱାଧୀନ ପ୍ୟାନେଲ ୨୧ ଡିସେମ୍ବର ୨୦୨୩ରେ ଡୠଓ ନିର୍ବାଚନରେ ବିଜୟୀ ହୋଇଥିଲେ।
Views: 79