କଟକ : ମିଳିଲା ଆଉ ଜଣେ ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ । କାଠଯୋଡି ନଦୀରେ ବୁଡି ୨ ଜଣ ଇଞ୍ଜିନିୟର ମୃତ । ଗତକାଲି ଇଞ୍ଜିନିୟର ରୀତିକେଶ ମାତଲ୍ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । କାଠଯୋଡ଼ିରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ ଦୁଇ ଯୁବ ଇଞ୍ଜିନିୟର । ଏ ସି ବି ମେଡିକାଲ କଲେଜ୍ ସମ୍ପ୍ରସାରଣ କାର୍ୟ୍ୟରେ ଏଲ ଆଣ୍ଡ ଟି କମ୍ପାନୀ ପକ୍ଷରୁ ନିୟୋଜିତ ଥିଲେ ଦୁଇ ଯୁବ ଇଞ୍ଜିନିୟର । ସି.ଡି.ଏ ଅଞ୍ଚଳରେ ମେସରେ ରହୁଥିଲେ। ଗତକାଲି ଛୁଟି ଥିବାରୁ ନଦୀକୁ ଗାଧୋଇ ବାକୁ ଯାଇ ଥିଲେ । ନଦୀ କୂଳ ଠାରୁ କିଛି ଦୂର ଭିତରକୁ ଚାଲି ଥିଲେ । ସ୍ରୋତ ବେଶ୍ ଅଧିକ ଥିଲା । ଦୁଇ ଜଣ ନିଖୋଜ ହୋଇ ଯାଇଥିଲେ ।
Views: 47