ନୂଆଦିଲ୍ଲୀ: କମଳା ହାରିସ ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ । ଆମେରିକାର ଡେମୋକ୍ରେଟିକ ପାର୍ଟି ପକ୍ଷରୁ ଶନିବାର ବିଦ୍ଧିବଦ୍ଧ ଘୋଷଣା କରାଯାଇଛି। ଦଳ ତାଙ୍କୁ ବିଶ୍ବାସ କରିଥିବାରୁ ହମଲା ହ୍ୟାରିସ୍ ଖୁସୀ ବ୍ୟକ୍ତ କରିଛନ୍ତି। ଆମେରିକାର ଉପ-ରାଷ୍ଟ୍ରପତି ଥିବା କମଲା ହ୍ୟାରିସ୍ ‘ଏକ୍ସ’ରେ ପୋଷ୍ଟ ଏନେଇ କରି ସୂଚନା ଦେଇଛନ୍ତି। ଏଥର ଆମେରିକାରେ ଟ୍ରମ୍ପ- ହ୍ୟାରିସ ଲଢେଇ ଦେଖିବାକୁ ମିଳିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ରେସରୁ ବାଦ ପଡିବା ପରେ କମଲା ହ୍ୟାରିସ ନା ସାମ୍ନାକୁ ଆସିଥିଲା। ନିର୍ବାଚନରେ ଦମଦାର ପ୍ରଚାର ଯୋଗୁ କମଲା ହ୍ୟାରିସକୁ ଦଳ ପ୍ରାର୍ଥୀ କରିଥିବା କୁହାଯାଉଛି। ହ୍ୟାରିସକୁ ଦଳର ବରିଷ୍ଠ ନେତା ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସମର୍ଥନ ମଧ୍ୟ ଜଣାଇଛନ୍ତି।
Views: 79











