The Ultimate Managed Hosting Platform
ADVERTISEMENT

ଓଲା, ଓବେର ସମେତ ଅନ୍ୟ ପରିବହନକାରୀ ସଂସ୍ଥା ନେବେ ଦୁଇ ଗୁଣ ଭଡା !

Facebook
Twitter
LinkedIn

ନୂଆଦିଲ୍ଲୀ : ପିକ୍ ଟ୍ରାଫିକ ଆୱାର ବା ବ୍ୟସ୍ତବହୁଳ ସମୟ କାଳରେ ମୂଳ ଭଡ଼ାର ଦୁଇ ଗୁଣ ଚାର୍ଜ କରିପାରିବେ ପରିବହନକାରୀ ସଂସ୍ଥା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ମୋଟର ଯାନ ଏଗ୍ରିଗେଟର ଗାଇଡଲାଇନ ଅନୁସାରେ ଏହି ଭଡ଼ା ଲାଗୁ କରାଯାଇପାରିବ। ଗତକାଲିଠାରୁ ଏହି ନିୟମ କାର୍ୟ୍ୟକାରୀ ହୋଇଛି। ବର୍ତ୍ତମାନ ସୁଦ୍ଧା ଭଡ଼ାର ସର୍ବାଧିକ ସୀମା ଥିଲା ମୂଳ ଭଡ଼ାର ଦେଢ ଗୁଣ। ଆସନ୍ତା ୩ ମାସରେ ଏହି ଗାଇଡଲାଇନ କାର୍ୟ୍ୟକାରୀ କରିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଯାତ୍ରୀ ପରିବହନକାରୀ ସଂସ୍ଥାର ଭଡ଼ା ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଆବଶ୍ୟକ ହୋଇଥାଏ। ଟ୍ରାଫିକ ଭିଡ଼, ଯାନ ସଂକ୍ରାନ୍ତ ପ୍ରଦୂଷଣ ଆଦିକୁ ଦୃଷ୍ଟିରେ ରଖି ସରକାର ଏହି ଗାଇଡଲାଇନ ସମ୍ପର୍କରେ ନିଷ୍ପତ୍ତି ନେବେ। ଗାଇଡଲାଇନର ଧାରା ୨୩ ଅନୁସାରେ ବିଭିନ୍ନ ଯାତ୍ରୀ ପରିବହନକାରୀ ଯାନ ଉପରେ ଦୈନିକ, ସାପ୍ତାହିକ କିମ୍ବା ପାକ୍ଷିକ ଲେଭି ଧାର୍ୟ୍ୟ କରିପାରିବେ। ନିୟମ ଅନୁସାରେ ସର୍ବନିମ୍ନ ୩ କିଲୋମିଟର ଲାଗି ଭଡ଼ା ଲାଗୁ ହେବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login