ଭୁବନେଶ୍ୱର : କେତେବେଳେ ପ୍ରଶ୍ନପତ୍ର ଲିକ, କେତେବେଳେ ପରୀକ୍ଷା ସ୍ଥଗିତ । ଆଉ କେତେବେଳେ ବର୍ଷ ବର୍ଷ ଧରି ପ୍ରମୁଖ ପରୀକ୍ଷାର ଫଳ ବାହାରୁନି । ଏବେ ଙଝଝଉ ପରୀକ୍ଷା ସିଲାବସ ବାହାରୁ ଆସିଛି ପ୍ରଶ୍ନ । ଏବେ ରାଜ୍ୟରେ ପ୍ରତିଯୋଗିତାମୂଳକ ପରୀକ୍ଷାର ସ୍ଥିତି ଏମିତି । ଏହାକୁ ନେଇ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ ସମ୍ମୁଖରେ ପୋଲିସ ପରୀକ୍ଷାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ୧୫୦ ମାର୍କ ପରୀକ୍ଷାରୁ ସିଲାବସ ବାହାରୁ ୧୨୦ ମାର୍କ ପ୍ରଶ୍ନ ଆସିଥିଲା । ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା । ସବୁ ମହଲରୁ ଏହାକୁ ନିନ୍ଦା କରାଯାଇଛି । ଏଭଳି ସମୟରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କହିବା କଥା ପରୀକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି ଯେଉଁ ମାଲଫଙ୍କସନିଙ୍ଗ ହେଉଥିଲା ତାହା ନୂଆ ଆଇନ ଦ୍ୱାରା କମ ହେବ ।ସିଲାବସ ବାହାରୁ ପ୍ରଶ୍ନ ଆସିଛି ବୋଲି କମିଶନ ମାନିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କ’ଣ ନିଷ୍ପତ୍ତି ନିଆଯିବ ତା’ର ସ୍ପଷ୍ଟତା ଚାହିଁଛନ୍ତି ଛାତ୍ରଛାତ୍ରୀ । ଏପରିକି ବିରୋଧ ବେଳେ ପରୀକ୍ଷାର୍ଥୀଙ୍କ ସହ ପୋଲିସର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ପୋଲିସ ଅଟକାଇବାରୁ ଏମିତି ସ୍ଥିତି ଉପୁଜିଥିଲା । କମିସନ ଅଧ୍ୟକ୍ଷଙ୍କୁ ଭେଟିବାକୁ ନ ଦେଇ ଗେଟ ବାହାରକୁ ତଡି ଦେଇଥିଲା ପୋଲିସ । ଯେଉଁଥି ପାଇଁ ପୋଲିସ ସହ ଯୁକ୍ତିତର୍କ ହୋଇଥିଲା । ଶେଷରେ ପରୀକ୍ଷାର୍ଥୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ କର୍ତ୍ତୃପକ୍ଷ ଭେଟିଥିଲେ ମଧ୍ୟ ଏହି ପରୀକ୍ଷାକୁ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖି ନଥିବା ଅଭିଯୋଗ ହୋଇଛି ।ଆସନ୍ତା ଚାରି ତାରିଖରେ କମିଶନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଏହି ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ଓଏସଏସସି ପରୀକ୍ଷାରେ ବ୍ୟାପକ ତ୍ରୁଟି, ୧୫୦ ମାର୍କରୁ ବାହାରୁ ଆସିଛି ୧୨୦ ମାର୍କ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











