ହାଇଦ୍ରାବାଦ : ସାଉଥଷ୍ଟାର ନାଗାର୍ଜୁନଙ୍କ ସାନପୁଅ ଅଖିଲ ଅକ୍କିନେନି ତାଙ୍କ ପ୍ରେମିକା ଚିତ୍ରଶିଳ୍ପୀ ଜୈନବ ରାବଦଜୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ନଭେମ୍ବର ୨୦୨୪ରେ ଦୁହେଁ ବିବାହ କରିଥିଲେ । ଏବେ ଦୁହିଁଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । ସୂଚନା ମୁତାବକ, ଅଖିଲ ଆକ୍କିନେନି ଏବଂ ଜୈନବ ମାର୍ଚ୍ଚ ୨୪, ୨୦୨୫ରେ ବିବାହ କରିବେ। ଅଖିଲ ଏବଂ ଜୈନବଙ୍କ ବିବାହ ମଧ୍ୟ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହେବ। ନାଗା ଚୈତନ୍ୟ ଏବଂ ସୋଭିତା ଧୂଲିପାଲା ମଧ୍ୟ ଏଠାରେ ବିବାହ କରିଥିଲେ। ଅନ୍ନପୂର୍ଣ୍ଣା ଷ୍ଟୁଡିଓ ଅଖିଲଙ୍କ ଜେଜେବାପା ଅକ୍କିନେନୀ ନାଗେଶ୍ୱର ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ତେବେ ଅଖିଲ ଅକ୍କିନେନିଙ୍କ ପ୍ରେମିକା ଜୈନବ ରାବଦଜୀ ମୁମ୍ବାଇର ଜଣେ ଚିତ୍ରଶିଳ୍ପୀ ତଥା ଚିତ୍ରକଳା ପ୍ରଦର୍ଶକ । ଅଖିଲ ଅକ୍କିନେନି ପୂର୍ବରୁ ଜଣାଶୁଣା ବ୍ୟବସାୟ ମ୍ୟାଗ୍ନେଟ୍ ଜି ଭି କୃଷ୍ଣା ରେଡ୍ଡୀଙ୍କ ନାତୁଣୀ ଶ୍ରୀୟା ଭୁପାଲଙ୍କ ସହ ନିର୍ବନ୍ଧ କରିଥିଲେ। ଡିସେମ୍ବର ୨୦୧୬ରେ ଏହି ଦମ୍ପତି ନିର୍ବନ୍ଧ କରିଥିବା ବେଳେ ସେମାନଙ୍କର ବିବାହ ୨୦୧୭ ରେ ହେବ ବୋଲି ଯୋଜନା କରାଯାଇଥିଲା। ହେଲେ ଫେବ୍ରୁଆରି ୨୦୧୭ରେ ଦୁହେଁ ନିର୍ବନ୍ଧ ଭାଙ୍ଗୁଥିବା ଘୋଷଣା କରିଥିଲେ।
ଏହି ଦିନ ବିବାହ କରିବେ ଅଖିଲ-ଜୈନବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











