The Ultimate Managed Hosting Platform
ADVERTISEMENT

ଏମିତି ଏକ ଦେଶ ଯେଉଁଠି ଚାଲେ ନାହିଁ ଟ୍ରେନ, ବୋଟ-ହେଲିକପ୍ଟରରେ ଯାତ୍ରା କରନ୍ତି ଲୋକେ

Facebook
Twitter
LinkedIn

ନୂଆଦିଲ୍ଲୀ : ଦୁନିଆର ପ୍ରତ୍ୟେକ ଦେଶ ଅଲଗା । ପ୍ରତ୍ୟେକ ଦେଶର ସଂସ୍କୃତି, ରୀତିନୀତି, ପୋଷାକ, ଭାଷା ଏବଂ ପାଣିପାଗ ଭିନ୍ନ ଅଟେ । କିନ୍ତୁ ଆମେ ଆପଣଙ୍କୁ ଯେଉଁ ଦେଶର କଥା କହିବୁ ତାହା ପ୍ରତ୍ୟେକ ଦେଶଠାରୁ ଭିନ୍ନ ଅଟେ। ସେହି ଦେଶର ନାମ ହେଉଛି ଗ୍ରୀନଲ୍ୟାଣ୍ଡ । ଏଠାରେ କେବଳ ବରଫ ଦେଖାଯାଏ । ଗ୍ରୀନଲ୍ୟାଣ୍ଡ ଏକ ସ୍ୱାଧୀନ ଦେଶ କିନ୍ତୁ ଏହା ଡେନମାର୍କର ଅଧୀନରେ ଆସେ । କ୍ଷେତ୍ର ଅନୁଯାୟୀ, ଗ୍ରୀନଲ୍ୟାଣ୍ଡ ହେଉଛି ବିଶ୍ୱର ଦ୍ୱାଦଶ ବୃହତ୍ତମ ଦେଶ । କିନ୍ତୁ ଏହାର ଜନସଂଖ୍ୟା କୈାଣସି ଛୋଟ ସହର ଅପେକ୍ଷା ବହୁତ କମ୍ । ଏଠାରେ କେବଳ ୫୮ ହଜାର ଲୋକ ବାସ କରନ୍ତି । ଏହାର ୨୦ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ କେବଳ ବରଫ ଦୃଶ୍ୟମାନ ହୁଏ । ଏଠାରେ ଲୋକମାନେ କେବଳ ବରଫ ଉପରେ ଚାଲନ୍ତି । ରାସ୍ତାଗୁଡ଼ିକ ପ୍ରାୟ ନାହିଁ ।


‘ଗ୍ରୀନଲ୍ୟାଣ୍ଡ’ ଏହି ନାମ ଶୁଣି ଆପଣ ନିହାତି ଭାବୁଥିବେ ଯେ ଚାରିଆଡେ ସବୁଜ ପରିପୂର୍ଣ୍ଣ ହୋଇଥିବ । କିନ୍ତୁ ଏହା ସେପରି ନୁହେଁ । ଏହି ଦେଶର ପ୍ରାୟ ୮୫ ପ୍ରତିଶତ ଅଞ୍ଚଳ ବରଫରେ ଆବୃତ ହୋଇଛି। ଏହି ଦେଶରେ କୈାଣସି ରେଳ ନେଟୱାର୍କ ନାହିଁ । ଏଠାରେ ଅଧିକାଂଶ ଲୋକ ବିମାନରେ କିମ୍ବା ବୋଟ ଦ୍ୱାରା ଯାତ୍ରା କରନ୍ତି । ଲୋକଙ୍କ ପାଖରେ କାର୍ ନାହିଁ କିନ୍ତୁ ଡଙ୍ଗା କିମ୍ବା ହେଲିକପ୍ଟର ରହିଥାଏ । ଏହି ଦେଶରେ ଆପଣ ଗ୍ରୀଷ୍ମ ସମୟରେ ମଧ୍ୟ ସୂର୍ୟ୍ୟାସ୍ତ ଦେଖିବେ ନାହିଁ । ମଧ୍ୟରାତ୍ରିରେୃ ଆକାଶରେ ସୂର୍ୟ୍ୟ ଦୃଶ୍ୟମାନ ହେବ । ଏପରିକି ସେହି ସମୟ ମଧ୍ୟରେ ତାପମାତ୍ରା ୦ ରୁ ୪ ଡିଗ୍ରୀ ମଧ୍ୟରେ ରହିଥାଏ ।
ଶୀତ ରୁତୁରେ ଆକାଶରେ ବିଭିନ୍ନ ପ୍ରକାରର ଆଲୋକ ଦୃଶ୍ୟମାନ ହୁଏ । ଏହି ଦେଶର ନିଜର କୈାଣସି ମୁଦ୍ରା ନାହିଁ । ଏଠାରେ ଡେନମାର୍କ ମୁଦ୍ରା ଡେନିସ୍କ୍ରୋନା ନେଇ କାର୍ଯ୍ୟ କରାଯାଏ । ଏଠାରେ ଗୋଟିଏ ଡଲାର ଭାରତରେ ୧୦ ଟଙ୍କା ସହିତ ସମାନ । ସମଗ୍ର ବିଶ୍ୱରେ ଏହା ହେଉଛି ଏକମାତ୍ର ଦେଶ ଯେଉଁଠାରେ ଆପଣ ପୋଲାର ଭାଲୁ ଦେଖିପାରିବେ । ସେମାନେ ବରଫରେ ରହିବାକୁ ପସନ୍ଦ କରନ୍ତି । ଏହି ଦେଶର ଅଧିକାଂଶ ଲୋକ ମାଛ ବିକ୍ରି କରି ରୋଜଗାର କରନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login