କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘର ପାଖରୁ ସନ୍ଦିଗ୍ଧ ବ୍ୟକ୍ତିକୁ ଧରିଲା ପୋଲିସ । ମମତା ବାନାର୍ଜୀଙ୍କ ସରକାରୀ ଘର ପାଖରୁ ଧରାପଡିଲା ସନ୍ଦିଗ୍ଧ । ଧରାପଡିଥିବା ବ୍ୟକ୍ତିର ନାଁ ମହମ୍ମଦ ନୂର କହିଲେ କୋଲକତା ସିପି । ନୂର ନିକଟରୁ ଗୋଟିଏ ପିସ୍ତଲ , ଗୁଳି , ଛୁରି ମିଳିଥିବା ସୂଚନା । କାହିଁକି ମାରଣାସ୍ତ୍ର ଧରି ସେଠାକୁ ଆସିଥିଲା ସେ ନେଇ ତଦନ୍ତ କରୁଛି ପୋଲିସ । ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିବା ପରେ ପୁଲିସ କାଳିଘାଟ ଥାନାକୁ ନେଇଛି ।
Views: 93











